ସୁନ୍ଦରଗଡ଼ଠାରେ ପଶ୍ଚିମ ଓଡ଼ିଶା ସରପଞ୍ଚ ସଂଘ ଗଠିତ

  • ସଙ୍ଘର ସଭାପତି ଭାବେ ବୀରବର ସାହୁ ମନୋନୀତ

ଟିଟିଲାଗଡ଼, (ସଞ୍ଜୟ କୁମାର ନାୟକ) : ଟିଟିଲାଗଡ଼ ଅଞ୍ଚଳ ପାଇଁ ଆଉ ଏକ ବଡ଼ ଖୁସିର ଖବର ଯେ, ବୁଧୁବାର ଦିନ ସୁନ୍ଦରଗଡ଼ର କଲ୍ୟାଣ ମଣ୍ଡପଠାରେ ପଶ୍ଚିମ ଓଡ଼ିଶାର ସମସ୍ତ ସରପଞ୍ଚ ସଂଘ ସଭାପତି ତଥା ସରପଞ୍ଚମାନଙ୍କୁ ନେଇ ଏକ ନୂତନ ସଂଘ ଗଠିତ ହୋଇଯାଇଛି । ସେହି ସଙ୍ଘର ନାମ ପଶ୍ଚିମ ଓଡ଼ିଶା ସରପଞ୍ଚ ସଂଘ ରଖାଯାଇଛି । ସମସ୍ତ ସଦସ୍ୟଙ୍କ ଉପସ୍ଥିତିରେ ଟିଟିଲାଗଡ଼ର ଉଦୀୟମାନ ସରପଞ୍ଚ ତଥା ଟିଟିଲାଗଡ଼ ସରପଞ୍ଚ ସଂଘର ସଭାପତି ବଲାଙ୍ଗିର ଜିଲ୍ଲା ସରପଞ୍ଚ ସଂଘର ସଭାପତି ହେବା ପରେ ଗତକାଲି ତାଙ୍କୁ ପଶ୍ଚିମ ଓଡ଼ିଶା ସରପଞ୍ଚ ସଂଘର ସଭାପତି ଭାବେ ଚୟନ କରାଯାଇଛି । ଏହି ଖବର ପ୍ରଚାରିତ ହେବା ପରେ ଅଞ୍ଚଳରେ ଖୁସିର ଲହରୀ ଖେଳିବା ସହ ତାଙ୍କ ନିକଟକୁ ଚାରିଆଡୁ ଶୁଭେଚ୍ଛାର ସୁଅ ଛୁଟିଛି ।

Leave A Reply

Your email address will not be published.