jsm

ବିଡିଘାଟ ପଂଚାୟତରେ ମାହେଶ୍ୱରୀ ସଂଗଠନର ଆଉ ଏକ ଶାଖାର ଶୁଭାରମ୍ଭ

csstore

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିରର ଅଗ୍ରଣୀ ସାମାଜିକ ଅନୁଷ୍ଠାନ ମାହେଶ୍ୱରୀ ସଂଗଠନ ସଦର ବ୍ଲକ ବିଡିଘାଟ ପଂଚାୟତରେ ବିଧିବଦ୍ଧ ଭାବରେ ତାର ଏକ ଶାଖା ଶୁଭାରମ୍ଭ କରିଛି । ପୂର୍ବତନ ବ୍ଲକ ଅଧ୍ୟକ୍ଷ ଗୋଲାପ ବାଗଙ୍କ ସମେତ ଯଦୁପତି ନାଥ, ରଘୁପତି ନାଥ, ପ୍ରସନ୍ନ ଘଡେଇ, ଦନାର ସାହୁ, ଲଳିତ ସାହୁ, ସତ୍ୟବ୍ରତ ବେହେରା ପ୍ରମୁଖ ଅଂଚଳର ବୁଦ୍ଧିଜୀବୀ ପ୍ରାରମ୍ଭିକ ସଭାରେ ଉପସ୍ଥିତ ରହି ଯୁବଗୋଷ୍ଠୀଙ୍କୁ ଉତ୍ସାହିତ କରିଥିଲେ । ମୁନ୍ନା ଧରୁଆ ବିଡ଼ିଘାଟ ଶାଖା ସଂଯୋଜକ ଭାବେ ମନୋନୀତ ହୋଇଥିବା ବେଳେ ଦେବରାଜ ରାଉତ, ପ୍ରଦୀପ ଭୋଇ, ଦିଲୀପ ବିଶ୍ଵାଳ, ଦନାର ସାହୁଙ୍କ ସହ ଅନେକ ଯୁବକ ସାମିଲ ହୋଇଥିଲେ । ବଲାଙ୍ଗିର ମୁଖ୍ୟ ଶାଖା ସଭ୍ୟ ଦେବାଶିଷ ପାଣ୍ଡିଆ ସଭା ସଂଯୋଜନା କରିଥିବା ବେଳେ ପରିଚାଳନା ନିର୍ଦ୍ଦେଶକ ଅଙ୍କୁଶ କୁମାର ପାଣ୍ଡିଆ, ସଭାପତି ଶୋଭନ ଅଗ୍ରୱାଲ, ସଭ୍ୟ ଅପ୍ରମିତ ପରିଚ୍ଛା, ସୋସିଆଲ ମିଡିଆ ସଂଯୋଜକ ଶିବ ପ୍ରସାଦ ମିଶ୍ର ଉପସ୍ଥିତ ରହିଥିଲେ । ଏହି ଅଂଚଳର ସେବା ପାଇଁ ଯୁବଗୋଷ୍ଠୀ ଆଗବର ହୋଇ ବାହାରିବା ଏକ ଶୁଭ ସଂକେତ ଏବଂ ସର୍ବଦା ପୂର୍ଣ୍ଣ ସମର୍ଥନ ରହିବ ବୋଲି ବିଡ଼ିଘାଟ ସରପଞ୍ଚ ନନ୍ଦିତା କଲେତ, ବଲାଙ୍ଗିର ବ୍ଲକ ଅଧ୍ୟକ୍ଷା ସରିତା ବାଗଙ୍କ ସହ ରାଜ୍ୟ କିଷାନ ମହାସଂଘ ଉପସଭାପତି ସମରେନ୍ଦ୍ର ପରିଚ୍ଛା ମତ ବ୍ୟକ୍ତ କରିଛନ୍ତି ।

yuvodaya
Leave A Reply

Your email address will not be published.