jayashree

କମୁଛି ହୀରାକୁଦ ଜଳଭଣ୍ଡାରର ଜଳସ୍ତର, ୧୦ଟି ଗେଟ୍ ବନ୍ଦ କଲେ କର୍ତ୍ତୃପକ୍ଷ

ସମ୍ଵଲପୁର : କମୁଛି ହୀରାକୁଦ ଜଳଭଣ୍ଡାରର ଜଳସ୍ତର । ହୀରାକୁଦର ୧୦ଟି ଗେଟ୍ ବନ୍ଦ କଲେ ଜଳଭଣ୍ଡାର କର୍ତ୍ତୃପକ୍ଷ । ବର୍ତ୍ତମାନ ୧୦ଟି ଗେଟ୍ ଦେଇ ଜଳ ନିଷ୍କାସିତ ହେଉଛି ।

ସୂଚନାନୁଯାୟୀ, ମଙ୍ଗଳବାର ସକାଳ ୬ଟା ସୁଦ୍ଧା ହୀରାକୁଦ ଜଳଭଣ୍ଡାରର ଜଳସ୍ତର ୬୧୮.୩୩ ଫୁଟ ରହିଥିଲା । ୨୦ଟି ଗେଟ୍ ଦେଇ ବନ୍ୟା ଜଳ ନିଷ୍କାସିତ ହେଉଥିଲା । ଜଳଭଣ୍ଡାର ମଧ୍ୟରୁ ୧ ଲକ୍ଷ ୨୦ ହଜାର ୩୧୧ କ୍ୟୁସେସ୍ ଜଳ ପ୍ରବେଶ କରୁଥିବା ବେଳେ ୩ ଲକ୍ଷ ୪୯ ହଜାର ୧୨୬ କ୍ୟୁସେକ ଜଳ ନିଷ୍କାସିତ ହେଉଥିଲା । ଜଳଭଣ୍ଡାରର ଜଳସ୍ତର କମିବା ପରେ ୧୦ଟି ଗେଟ୍ ବନ୍ଦ କରାଯାଇଛି । ବର୍ତ୍ତମାନ ୧୦ଟି ଗେଟ୍ ଦେଇ ଜଳ ନିଷ୍କାସିତ ହେଉଛି ।

Leave A Reply

Your email address will not be published.