jsm

୫-ଟି ସଚିବଙ୍କୁ ଭେଟିଲା ପୂର୍ବତନ ସୈନିକ ସଂଘ

csstore

ଜରାସିଂହା, (କେପିଏନ୍‌ଏସ୍‌) : ବିଗତ ଦିନରେ ବଲାଙ୍ଗିର ଜିଲ୍ଲା ପୂର୍ବତନ ସୈନିକ ସଂଘ ତାଙ୍କର ସମସ୍ୟା ଓ ଦାବୀକୁ ନେଇ ଜିଲ୍ଲା ପ୍ରଶାସନକୁ ଅବଗତ କରାଇଥିଲେ ମଧ୍ୟ କୌଣସି ସୁଫଳ ମିଳିନଥିବାରୁ ସୈନିକ ସଂଘ ଜରାସିଂହା ଯାଇ ୫-ଟି ସଚିବଙ୍କୁ ତାଙ୍କ ଦାବୀପତ୍ର ପ୍ରଦାନ କରିଛନ୍ତି । ମୁଖ୍ୟ ଦାବୀ ଗୁଡିକ ହେଲା ସହିଦ ପରିବାରଙ୍କୁ ଥଇଥାନ, ଯୋଗ୍ୟ ପୂର୍ବ ସୈନିକ ଓ ସହିଦ ପରିବାରଙ୍କୁ ସରକାରୀ ଜମି ପ୍ରଦାନ, ପୂର୍ବ ସୈନିକ, ସିଆର୍‌ପିଏଫ୍‌, ବିଏସ୍‌ଏଫ୍‌ର ଜବାନମାନଙ୍କୁ ନୂତନ ଭାବେ ନିର୍ମିତ ହେଉଥିବା ଭୀମଭୋଇ ମେଡିକାଲ କଲେଜ ଓ ହସ୍‌ପିଟାଲ୍‌ରେ ସୁରକ୍ଷା ଦେବା ପାଇଁ ସ୍ଥାୟୀ ଭାବରେ ନିଯୁକ୍ତି ପ୍ରଦାନ, ସହିଦ ପରିବାରର ଛୁଆପିଲାଙ୍କ ଉଚ୍ଚ ଶିକ୍ଷା ପାଇଁ ବାସଗୃହ ପ୍ରଦାନ, ପୂର୍ବ ସୈନିକଙ୍କ ଲାଲ୍‌ଟିକ୍ରାଠାରେ ନିର୍ମିତ କମ୍ୟୁନିଟି ହଲର ଉନ୍ନତିକରଣ ନିମନ୍ତେ ପଦକ୍ଷେପ ଗ୍ରହଣ କରିବା ପାଇଁ ଦାବୀପତ୍ର ଦେଇ ସଂଘର ସଂପାଦକ ପ୍ରତାପ ଚନ୍ଦ୍ର ରଥ ୫-ଟି ସଚିବଙ୍କୁ ଅନୁରୋଧ କରିଥିଲେ । ଦାବୀପତ୍ର ଦେବା ସମୟରେ ସଂଘର ସଭାପତି ବିଭୁତି ଭୂଷଣ ପାଣିଗ୍ରାହୀ, ଉପସଭାପତି ସର୍ବେରାମ ପଟେଲ, ସଦସ୍ୟ ନୟନ ଅଗସ୍ଥି, ରାଜେନ୍ଦ୍ର ସବର, ମହେନ୍ଦ୍ର ପଣ୍ଡା, ହରିହର ବାଗ, ଏସ୍‌ଏନ୍‌ ତ୍ରିପାଠୀ, ସୁଶୀଳ ପଟେଲ ପ୍ରମୁଖ ଉପସ୍ଥିତ ଥିଲେ ।

yuvodaya
Leave A Reply

Your email address will not be published.