oom

ରାଉରକେଲା ଟ୍ୟାକ୍ସବାର ଆସୋସିଏସନର କନ୍‌ଫରେନ୍ସ ୨୦୨୩ ଆସନ୍ତା ୨୬ ଓ ୨୭ରେ

jsmm

ରାଉରକେଲା, (ସସ୍ମିତା ପ୍ରଧାନ) : ରାଉରକେଲା ଟ୍ୟାକ୍ସବାର ଆସୋସିଏସନ୍‌ର ଦୁଇଦିନିଆ ଜାତୀୟ ସମ୍ମିଳନୀ ୨୦୨୩ (ଜ୍ଞାନସେତୁ) ଚଳିତ ମାସ ୨୬ ଓ ୨୭ତାରିଖ ଦିନ ବେଦବ୍ୟାସ ସ୍ଥିତ ପାହାଡି ହୋଟେଲଠାରେ ଆୟୋଜନ କରିବ ବୋଲି ବ୍ରାହ୍ମଣୀକ୍ଲବଠାରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦିଆଯାଇଛି । ଜ୍ଞାନସେତୁ କାର୍ଯ୍ୟକ୍ରମରେ ସର୍ବଭାରତୀୟ ସ୍ତରର ଟ୍ୟାକ୍ସ ପ୍ରବକ୍ତା ମାନେ ଯୋଗଦେଇ ଜିଏସ୍‌ଟି ଓ ଇନକମ୍ ଟ୍ୟାକ୍ସ ସଂପର୍କରେ ଆଲୋଚନା କରିବେ । ଏଥିରେ ମୁଖ୍ୟଅତିଥି ଓ ସମ୍ମାନିତ ଅତିଥି ଭାବେ ହାଇକୋର୍ଟର ମୁଖ୍ୟ ବିଚାରପତି ଓ ଅନ୍ୟତମ ବିଚାରପତି ସିଆର ଦାସ ଯୋଗ ଦେବା ପାଇଁ ସ୍ୱିକୃତି ପ୍ରଦାନ କରିଛନ୍ତି । ଆଜିର ଏହି ସାମ୍ବାଦିକ ସମ୍ମିଳନୀରେ ଆସୋସିଏସନ୍‌ର ଅଧ୍ୟକ୍ଷ ସୁବାସ ଚନ୍ଦ୍ର ଅଗ୍ରୱାଲ, ଉପାଧ୍ୟକ୍ଷ ପିସି ରଥ, ସଂପାଦକ ଦିଲିପ ଅଗ୍ରୱାଲ, ସଞ୍ଜୟ କୁମାର ଅଗ୍ରୱାଲ, ବିକାଶ ରାଠି, ସୁରେନ୍ଦ୍ର ପ୍ରଜାପତି, ନରେଶ ଅଗ୍ରୱାଲ, ପ୍ରଦୀପ ଯାଦବ, ସଞ୍ଜୟ ମିଶ୍ର, ଦିଲ୍ଲୀପ ସିଂହ, ଦ୍ୱିତିକୃଷ୍ଣ ପ୍ରଧାନ, ପିତାମ୍ବର ପାଣିଗ୍ରାହୀ, ପଦ୍ମନାଭ ବିଶି, ବିପି ଦାସ ଓ ଲୋକ ସମ୍ପର୍କ ଅଧିକାରୀ ପ୍ରଦୀପ୍ତ କୁମାର ରାଉତ ପ୍ରମୁଖଙ୍କ ସହ ବହୁ ଆଇନଜୀବୀ ଉପସ୍ଥିତ ଥିଲେ ।

jittmm
Leave A Reply

Your email address will not be published.