ବୃଦ୍ଧାଶ୍ରମର ଅନ୍ତେବାସୀମାନଙ୍କ ସହିତ ବନ୍ଧୁତା ଦିବସ ପାଳନ କଲେ ସମାଜସେବୀ

ବରଗଡ, (ନିରୋଜ କୁମାର ପାଣୀ) : ବିଜେପୁର, ଅଗଷ୍ଟ ମାସର ପ୍ରଥମ ରବିବାର ଦିନକୁ ଗାଁରୁ ସହର ସବୁଠି ବନ୍ଧୁତା ଦିବସ ଭାବେ ପାଳନ କରାଯାଉଛି । ବିଶେଷ କରି ଯୁବପିଢିଙ୍କ ମଧ୍ୟ ଏହାର ଅନେକ ପ୍ରଭାବ ଦେଖିବାକୁ ମିଳିଥାଏ । ଏହି ସବୁ ଭିତରେ ବରଗଡ଼ ଜିଲ୍ଲାର ବଦାନ୍ୟ ବନ୍ଧୁ ଭାବେ ପରିଚିତ ତଥା ଯୁବ ସମାଜସେବୀ ସୁବ୍ରତ କୁମାର ବିର୍ତ୍ତିଆ ନିଆରା ଢ଼ଙ୍ଗରେ ବନ୍ଧୁତା ଦିବସ ପାଳନ କରି ଚର୍ଚ୍ଚାର ପରିସରକୁ ଆସିଛନ୍ତି । ପ୍ରତ୍ୟେକ ପର୍ବପର୍ବାଣୀ ଅସହାୟ ବୟୋଜ୍ୟେଷ୍ଠମାନଙ୍କ ସହିତ ପାଳନ କରୁଥିବା ସୁବ୍ରତ ବନ୍ଧୁତା ଦିବସ ପରିପ୍ରେକ୍ଷୀରେ ବରଗଡ଼ ଜିଲ୍ଲା ବିଜେପୁର ବ୍ଲକ ଅନ୍ତର୍ଗତ ସମଲେପଦର ଗ୍ରାମରେ ଥିବା ପାର୍ବତୀଗିରି ବୃଦ୍ଧାଶ୍ରମ ପହଞ୍ଚି ଅନ୍ତେବାସୀମାନଙ୍କ ସହିତ ସ୍ୱତନ୍ତ୍ର କେକ୍ କାଟିଥିଲେ ଏବଂ ସମସ୍ତ ଅନ୍ତେବାସୀମାନଙ୍କ ସହିତ ମିଶି ବନ୍ଧୁତା ଦିବସ ସ୍ମୃତିରେ ଆଶ୍ରମ ପରିସରରେ ଗୋଟିଏ ଲେଖାଏଁ ଚାରା ରୋପଣ କରିଥିଲେ । ଯୁବ ସମାଜସେବୀ ସୁବ୍ରତ ବିର୍ତ୍ତିଆଙ୍କ ଏପରି ଉଦ୍ୟମକୁ ବିଭିନ୍ନ ମହଲରେ ପ୍ରଶଂସା କରାଯାଉଛି ।

Leave A Reply

Your email address will not be published.