jsm

ଶିଥିଳତାର ସହ ଚାଲିଛି ବଣାଇ-ତାଳଚେର ରେଳ ଲାଇନ ପାଇଁ ଜମି ଅଧିଗ୍ରହଣ

csstore

ବଣାଇ, (ନାରାୟଣ/ହବିବ) : ବଣାଇ ରୁ ତାଳଚେର ରେଳ ଲାଇନ ପାଇଁ ଜମି ଅଧିଗ୍ରହଣ ଶିଥିଳତାର ସହ ଚାଲିଛି । ବିମଳାଗଡ଼ ଠାରୁ ବଣାଇ ଦେଇ ରେଳ ଲାଇନ ତାଳଚେରକୁ ସଂଯୋଗ ହେଲେ ଇସ୍ପାତ ନଗରୀ ରାଉରକେଲାରୁ ଭୁବନେଶ୍ୱରକୁ ଅତି କମ୍‌ ସମୟରେ ମାଲ ପରିବହନ ସହ ଯାତ୍ରୀଙ୍କୁ ମଧ୍ୟ ରେଳ ଯୋଗେ ଯାତାୟତର ସୁବିଧା ମିଳିପାରିବ ହେଲେ ବହୁ ପୁରାତନ ଦାବୀଟି କେବେ ପୂରଣ ହେବ କିଏ କହିବ । ଏପରି ସ୍ଥଳେ ଦେବଗଡ଼ ଜିଲ୍ଲାରେ ରେଳ ସୁବିଧା ନଥିବାରୁ ଜିଲ୍ଲାବାସୀ ପ୍ରସ୍ତାବିତ ବାରକୋଟ ଷ୍ଟେସନରୁ ଦେବଗଡ଼ ଦେଇ ଝାରସୁଗୁଡାକୁ ରେଳ ସେବା ପାଇଁ ଦାବୀ ଜଣାଇ ଆସୁଥିଲେ ଯା ହେଉ ଭାରତୀୟ ରେଳ ମନ୍ତ୍ରାଳୟ ବିଧିବଦ୍ଧ ଭାବେ ଉକ୍ତ ପ୍ରକଳ୍ପକୁ ମଞ୍ଜୁରୀ ପ୍ରଦାନ କରିଛନ୍ତି । ବିଭାଗ ସର୍ଭେ ପାଇଁ ଚାରି କୋଟି ଟଙ୍କା ମଂଜୁର କରି ଇଷ୍ଟ କୋଷ୍ଟ ରେଲୱେ ଭୁବନେଶ୍ୱରକୁ ଏ ଦାୟିତ୍ୱ ପ୍ରଦାନ କରିଥିବାରୁ ଅଂଚଳବାସୀଙ୍କ ରେଳ ଯୋଗେ ଯାତ୍ରା କରିବାର ସ୍ୱପ୍ନ ସାକାର ହୋଇଛି ।

yuvodaya
Leave A Reply

Your email address will not be published.