jsm

ଦେଓଗାଁ ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିରରେ ଜ୍ଞାନ ବିଜ୍ଞାନ ମେଳା ଅନୁଷ୍ଠିତ

csstore

ଦେଓଗାଁ, (ମନୀଷ କୁମାର ସାହୁ) : ଆଜି ଦେଓଗାଁ ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିରରେ ବିଦ୍ୟାଳୟସ୍ତରୀୟ ଜ୍ଞାନ ବିଜ୍ଞାନ ମେଳା ଅନୁଷ୍ଠିତ ହୋଇଯାଇଛି । ଉକ୍ତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଦେଓଗାଁ ପଞ୍ଚାୟତ ସମିତି ଉଚ୍ଚ ବିଦ୍ୟାଳୟର ବିଜ୍ଞାନ ଶିକ୍ଷକ ପ୍ରତାପ ମିଶ୍ର ଯୋଗଦେଇଥିବା ବେଳେ ଅବସରପ୍ରାପ୍ତ ବିଜ୍ଞାନ ଶିକ୍ଷକ ଚାପ ବଗତ୍ତି ସମ୍ମାନୀତ ଅତିଥି ଭାବେ ଯୋଗଦାନ କରିବା ସହିତ ପ୍ରକଳ୍ପ ଗୁଡ଼ିକର ବିଚାରକ ଭାବରେ କାର୍ଯ୍ୟ ସଂପାଦନ କରିଥିଲେ । ସେହିପରି ପ୍ରଧାନ ଆଚାର୍ଯ୍ୟ ସନ୍ତୋଷ ସା ଅତିଥି ପରିଚୟ ସହ ଉଦ୍ଦେଶ୍ୟ ଜ୍ଞାପନ କରିଥିଲେ । ଆଚାର୍ଯ୍ୟ ଭବାନୀ ପ୍ରସାଦ ପୁରୋହିତ ସଂଯୋଜନା କରିଥିବା ବେଳେ ଆଚାର୍ଯ୍ୟ ଲମ୍ବୋଦର ମନହିରା ଧନ୍ୟବାଦ ଅର୍ପଣ କରିଥିଲେ । ପ୍ରାକ ଶିଶୁ, ଶିଶୁ ବର୍ଗ, ବାଲ ବର୍ଗ, କିଶୋର ବର୍ଗ ଏମିତି ୪ଟି ବର୍ଗରେ ହାରାହାରୀ ୧୦୦ରୁ ଅଧିକ ପ୍ରକଳ୍ପ ଆସିଥିଲା । ଆଚାର୍ଯ୍ୟ, ଆଚାର୍ଯ୍ୟାଙ୍କ ଦ୍ୱାରା ପ୍ରଶ୍ନମଞ୍ଚ, ପତ୍ରବାଚନ ଆଦି ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା । ସମସ୍ତ ଗୁରୁଜୀ, ଗୁରୁମାଙ୍କ ସହଯୋଗ କ୍ରମେ କାର୍ଯ୍ୟକ୍ରମଟି ସଫଳ ହୋଇଥିଲା ।

yuvodaya
Leave A Reply

Your email address will not be published.