csstore

ପଦ୍ମପୁର ସରକାରୀ ବାକିକା ଉଚ୍ଚ ବିଦ୍ୟାଳୟର ୫୮ତମ ପ୍ରତିଷ୍ଠା ଦିବସ ପାଳିତ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ ୫୮ତମ ପ୍ରତିଷ୍ଠା ଦିବସ ପାଳିତ ହୋଇଯାଇଛି । ପ୍ରତିଷ୍ଠା ଦିବସ ଉପଲକ୍ଷେ ବିଦ୍ୟାଳୟର କାର୍ଯ୍ୟକାରୀ ପ୍ରଧାନ ଶିକ୍ଷୟିତ୍ରୀଙ୍କ ଦ୍ଵାରା ବିଦ୍ୟାଳୟର ପତାକା ଉତ୍ତୋଳିତ ହେଲା ପରେ ସମସ୍ତ ଛାତ୍ରୀ ଓ ଶିକ୍ଷକ ଶିକ୍ଷୟିତ୍ରୀ ବ୍ୟାଣ୍ଡର ତାଳେ ନାରୀ ଶିକ୍ଷାର ପ୍ରସାର ପାଇଁ ନଗର ପରିକ୍ରମା କରିଥିଲେ । ଅନୁଷ୍ଠିତ ସଭାରେ ଗୋବିନ୍ଦ ପ୍ରସାଦ ଅଗ୍ରୱାଲ ମୁଖ୍ୟ ଅତିଥି ରୂପେ ଯୋଗ ଦେଇଥିଲେ । ସମ୍ମାନିତ ଅତିଥି ଭାବେ ଯୋଗଦେଇଥିବା ପ୍ରତିଷ୍ଠାତା ସଭ୍ୟ ନବୀନ ଚନ୍ଦ୍ର ପାଢ଼ୀ, ସମାଜସେବୀ ନିରୋଜ ଦୋରା, ସାମ୍ବାଦିକ ରତ୍ନମଣି ଶତପଥୀ, ବିଦ୍ୟାଳୟ ପରିଚାଳନା କମିଟିର ଚେୟାର ପର୍ସନ ବିନିଲତା ସାହୁ ଓ ଭାଇସ୍ ଚେୟାର ପର୍ସନ ନମିତା ସାହା, ପୂର୍ବତନ ଶିକ୍ଷକ ବୃନ୍ଦାବନ ଦାସ ଓ ସୁରେଶ ଚନ୍ଦ୍ର ଚୌହାନଙ୍କୁ ସମ୍ମାନିତ କରାଯାଇଥିଲା । ବିଦାୟୀ ଶିକ୍ଷୟତ୍ରୀ ମିନତି ଦାସଙ୍କୁ ବିଦାୟ ଦିଆଯାଇଥିଲା । ସୁରେନ୍ଦ୍ର କୁମାର ଭୋଇ ସଭାକୁ ପରିଚାଳନା କରିଥିବା ବେଳେ ଶିକ୍ଷକ ମାନସ ରଞ୍ଜନ ଶତପଥୀଙ୍କ ଦ୍ଵାରା ପ୍ରସ୍ତୁତ ବିଦ୍ୟାଳୟର ତ୍ରୈମାସିକ ପତ୍ରିକା ‘ପ୍ରୟାସ’ ଅତିଥିମାନଙ୍କ ଦ୍ୱାରା ଉନ୍ମୋଚିତ ହୋଇଥିଲା । ସଭାକୁ ସଫଳ କରିବା ପାଇଁ ଜ୍ୟୋତ୍ସାରାଣୀ ସାହୁ, ଜୀବନାନନ୍ଦ ସାହୁ, ମିନତି ଦାଶ, ରବୀନା ପଧାନ, ସଂଯୁକ୍ତା ଭୋଇ, ଜ୍ୟୋତି ରେଖା ମହାନନ୍ଦ, ଚକ୍ରଧର ନାୟକ, ମମତା ମିଶ୍ର, ପ୍ରଭାତୀ ପଟ୍ଟନାୟକ, ନିଳୀମା ରାଣୀ ମହାନ୍ତି, ସୁଷମା ଦାଶ, ଦୁଷ୍ମନ୍ତ ଛତର, ନନ୍ଦିନୀ ବାଗ, କମଳା କୁମ୍ଭାର ସହାୟତା କରିଥିଲେ । ପରିଶେଷରେ ସାଂସ୍କୃତିକ କାର୍ଯ୍ୟକ୍ରମ ରଖାଯାଇଥିଲା ।

jayashree
Leave A Reply

Your email address will not be published.