ରଘୁନାଥ ଏସ୍‌ଏଚ୍‌ଜି ଗ୍ରୁପ ମହିଳା ଅସଦାଚରଣର ଶିକାର ହୋଇଥିବା ଅଭିଯୋଗ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଗଞ୍ଜାମ ଜିଲ୍ଲାରେ ମହିଳାମାନଙ୍କୁ ସଶକ୍ତିକରଣ କରାଯିବା ତ ଦୂରର କଥା, ତା’ ପ୍ରତିବଦଳରେ ଏସ୍‌ଏଚ୍‌ଜି ମହିଳାମାନେ ଅସଦାଚରଣର ଶିକାର ହେଉଥିବା ଅଭିଯୋଗ ହେଉଛି । ଛତ୍ରପୁର ବ୍ଲକ୍ ଲକ୍ଷ୍ମୀପୁର ଗ୍ରାମ ପଞ୍ଚାୟତର ରଘୁନାଥ ମହିଳା ଏସ୍‌ଏଚ୍‌ଜି ଗ୍ରୁପ ସଦସ୍ୟା ପି.ଗାୟତ୍ରୀ ରେଡ୍ଡୀଙ୍କ ଉପରେ ହୋଇଥିବା ଅନ୍ୟାୟ, ଅସଦାଚରଣ ଭଳି ଏକ ଅଭିଯୋଗ ଆସିଛି । ଅଭିଯୋଗ ଅନୁସାରେ ରଘୁନାଥ ମହିଳା ଏସ୍‌ଏଚ୍‌ଜି ଗ୍ରୁପଙ୍କୁ ମାଛ ଚାଷ ପାଇଁ ସାରଳା ବନ୍ଧ ଲିଜ ସୂତ୍ରରେ ୫ ବର୍ଷ ପାଇଁ ଦିଆଗଲା । ପୁଣି ସେହି ଲିଜ ସୂତ୍ରକୁ ବାତିଲ କରି ନୂଆ ଲୋକଙ୍କୁ ଦିଆଯିବ ବୋଲି ସରପଞ୍ଚ ନିଜେ ନିଜେ ଘୋଷଣା କରିଦେବା କଥା କୁହାଯାଉଛି । ଏହି ଗ୍ରୁପର ସଦସ୍ୟା ପି.ଗାୟତ୍ରୀ ରେଡ୍ଡୀଙ୍କ ଉପରେ ହୋଇଥିବା ଅସଦାଚରଣ ନେଇ ସେ ଚମାଖଣ୍ଡି ଥାନାରେ ଅଭିଯୋଗ କରିଥିଲେ । ଥାନା ଅଧିକାରୀ ଲାଞ୍ଚ ନେଇ ତାଙ୍କ ଉପରେ ପାଲଟା ଅଭିଯୋଗ ଆଣି ତାଙ୍କ ଉପରେ ୧୦୭ ଦଫା ଲଗାଇବା ବିଷୟ ନେଇ ମିଶନଶକ୍ତି ମହିଳାମାନଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ଦେଖାଦେଇଛି ।

Leave A Reply

Your email address will not be published.