jsm

କ୍ରୀଡା ଶିକ୍ଷୟିତ୍ରୀଙ୍କ ଅବସରକାଳୀନ ସମ୍ବର୍ଦ୍ଧନା

csstore

ବଲାଙ୍ଗିର, (ଦେବାଶିଷ ମିଶ୍ର) : ସ୍ଥାନୀୟ ଟାଉନ ବାଳିକା ଉଚ୍ଚ ବିଦ୍ୟାଳୟ, ବଲାଙ୍ଗିରଠାରେ ଗତକାଲି ପ୍ରଧାନ ଶିକ୍ଷକ ନରେନ୍ଦ୍ର ନାଥ ମିଶ୍ରଙ୍କ ସଭାପତିତ୍ୱରେ କ୍ରୀଡା ଶିକ୍ଷୟତ୍ରୀ କସ୍ତୁରୀ ରଥଙ୍କର ଅବସରକାଳୀନ ବିଦାୟ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ ହୋଇଯାଇଛି । ଶ୍ରୀମତୀ ରଥ ଦୀର୍ଘ ଅଠତିରିଶ ବର୍ଷ ଶିକ୍ଷକତା କରିଛନ୍ତି । ସଭାରେ ପ୍ରଧାନ ଶିକ୍ଷକଙ୍କ ସମେତ ଛାତ୍ରୀ ତଥା ଶିକ୍ଷକ ଶିକ୍ଷୟତ୍ରୀମାନେ ଶ୍ରୀମତୀ ରଥଙ୍କର କ୍ରିୟାକଳାପ ଏବଂ ବ୍ୟକ୍ତିତ୍ୱ ଉପରେ ଆଲୋକପାତ କରିଥିଲେ । ଛାତ୍ରୀ ରତ୍ନା ରଣାଙ୍କ କବତାରେ ସମସ୍ତେ ଆତ୍ମ ବିଭୋଳ ହୋଇ ପଡିଥିଲେ । ବରିଷ୍ଠ ଶିକ୍ଷୟତ୍ରୀ ଅରୁନ୍ଧତୀ ବଢେଇ ମାନପତ୍ର ପାଠ କରିଥିବା ବେଳେ କୃଷ୍ଣଚନ୍ଦ୍ର ବାଗ, ବନ୍ଦିତା ତରିଆ, ଝୁନିତା ଭୋଇ, ବନ୍ଦିତା ବେହେରା, ନନ୍ଦିନି ସାହୁ, ରଶ୍ମିତା ସେଠ, ସସ୍ମିତା ମିଶ୍ର, ସୁନୀତା ପାଣିଗ୍ରାହୀ, ସୁଚିତ୍ରା ବସ୍ତିଆ, ଦମୟନ୍ତୀ ଚନ୍ଦନ, ଯାଦବ ଜାଲ, ତାଉଳ କୁମାର ନନ୍ଦ ପ୍ରଭୃତି ସମସ୍ତ ଶିକ୍ଷକ ଶିକ୍ଷୟତ୍ରୀ ଓ କର୍ମକର୍ତ୍ତା ଯୋଗ ଦେଇଥିଲେ । ଶେଷରେ ଶିକ୍ଷକ ସତ୍ୟାନନ୍ଦ ବିଶ୍ୱାଲ ଧନ୍ୟବାଦ ଅର୍ପଣ କରିଥିଲେ ।

yuvodaya
Leave A Reply

Your email address will not be published.