jsm

ସରକାରୀ ଉନ୍ନୀତ ଉଚ୍ଚ ବିଦ୍ୟାଳୟ ସିଆଲବାହାଲିର ଶିକ୍ଷକଙ୍କ ଅବସରକାଳୀନ ସମ୍ବର୍ଦ୍ଧନା ସଭା

csstore

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆଜି ବଲାଙ୍ଗିର ବ୍ଲକ ଅନ୍ତର୍ଗତ ସିଆଲବାହାଲି ଉନ୍ନୀତ ଉଚ୍ଚ ବିଦ୍ୟାଳୟର ବରିଷ୍ଠ ଶିକ୍ଷକ ପ୍ରମୋଦ କୁମାର ପ୍ରଧାନଙ୍କ ଅବସରକାଳୀନ ସମ୍ବର୍ଦ୍ଧନା ସଭା ବିଦ୍ୟାଳୟ ପ୍ରାଙ୍ଗଣରେ ପ୍ରଧାନ ଶିକ୍ଷକ ସଂଜୟ କୁମାର ଶତପଥୀଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ବିଦ୍ୟାଳୟର ସମସ୍ତ ଶିକ୍ଷକ ଶିକ୍ଷୟତ୍ରୀ, ଛାତ୍ରଛାତ୍ରୀ, ପୂର୍ବ ସହକର୍ମୀ, ଗ୍ରାମବାସୀ, ପରିଚାଳନା କମିଟିର ସମସ୍ତ ସଦସ୍ୟ ଓ ସମସ୍ତ ଶୁଭେଚ୍ଛୁ ଉପସ୍ଥିତ ଥିଲେ । ଶ୍ରୀ ପ୍ରଧାନ ୨୦ ଡିସେମ୍ବର ୧୯୮୮ରୁ ଶିକ୍ଷକତା ଜୀବନ ଆରମ୍ଭ କରି ଦୀର୍ଘ ୩୫ ବର୍ଷ କାଳରେ ଅନେକ ବାଧାବିଘ୍ନକୁ ଅତିକ୍ରମ କରି ତାଙ୍କର ତାଙ୍କ ଉତ୍ତମ ବୁଦ୍ଧିମତାର ପରିଚୟ ସୃଷ୍ଟି କରି ସହସ୍ରାଧିକ ଛାତ୍ରଛାତ୍ରୀଙ୍କୁ ସୁମଣିଷ ହେବାରେ ସହଯୋଗ ପ୍ରଦାନ କରିଛନ୍ତି । ଇତିମଧ୍ୟରେ ଦୀର୍ଘ ୧୪ ବର୍ଷ କାଳ ସିଆର୍‌ସିସି ଦାୟିତ୍ୱ ମଧ୍ୟ ତୁଳାଇଛନ୍ତି ଶ୍ରୀ ପ୍ରଧାନ । ଶିକ୍ଷକ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ତଥା ଜିଲ୍ଲା ପ୍ରାଥମିକ ଶିକ୍ଷାକୁ ତାଙ୍କର ଅବିସ୍ମରଣୀୟ ଓ ଅତୁଳନୀୟ ଅବଦାନ ଏକ ନବଦିଗନ୍ତ ସୃଷ୍ଟି କରିଛି । ଆଜିର ଏହି କାର୍ଯ୍ୟକ୍ରମରେ ବିଦ୍ୟାଳୟ ତରଫରୁ ମାନପତ୍ର ଓ ଉପଢୌକନ ତାଙ୍କୁ ପ୍ରଦାନ କରାଯାଇ ସମ୍ବର୍ଦ୍ଧିତ କରାଯାଇଥିଲା । ଛାତ୍ରଛାତ୍ରୀମାନେ ତାଙ୍କ ବିଦାୟକାଳୀନ ବକ୍ତବ୍ୟ ମାଧ୍ୟମରେ ଶ୍ରୀ ପ୍ରଧାନଙ୍କ ଶିକ୍ଷକତା ଭିତରେ ରହିଥିବା ସ୍ନେହକୁ ବଖାଣିଥିଲେ । ବିଦ୍ୟାଳୟର ଶିକ୍ଷୟତ୍ରୀ ସୁଶ୍ରୀ ସୁଷମା ପଧାନ, ନିରୁପମା ମିଶ୍ର ସଭାକାର୍ଯ୍ୟ ପରିଚାଳନା କରିଥିଲେ । ଶିକ୍ଷକ ସହକର୍ମୀ ଦିନେଶ ପ୍ରଧାନ, ଚୈତନ୍ୟ ପ୍ରଧାନ, ଐଶ୍ୱର୍ଯ୍ୟା ସାହୁ, ରଘୁନାଥ ଜେନା ଓ କ୍ରୀଡ଼ା ଶିକ୍ଷକ ମୁକେଶ ସ୍ୱାଇଁ ଶ୍ରୀ ପ୍ରଧାନଙ୍କ ବହୁମୁଖୀ ପ୍ରତିଭା ବିଷୟରେ ବକ୍ତବ୍ୟ ପ୍ରଦାନ କରିଥିଲେ । ଜିଲ୍ଲା ପ୍ରାଥମିକ ଶିକ୍ଷକ ସଂଘର ସାଧାରଣ ସଂପାଦକ ପ୍ରଦୀପ ଖମାରୀ, ରାଜକୁମାର ବରାଡ଼, ଆଶିଷ କୁମାର ମିଶ୍ର, କିଶୋର ମିଶ୍ର, ଉମାକାନ୍ତ ହୋତା, ପୁଇଁନ୍ତଲା ବ୍ଲକ୍‌ ଶିକ୍ଷକ ସଂଘ ସଭାପତି ଭବାନୀ ଶଙ୍କର ମିଶ୍ର ପ୍ରମୁଖ ବରିଷ୍ଠ ଶିକ୍ଷକ ବୃନ୍ଦ ଉପସ୍ଥିତ ଥାଇ ଶ୍ରୀ ପ୍ରଧାନଙ୍କ ଦୀର୍ଘାୟୁ ଓ ନିରାମୟ ଜୀବନ କାମନା କରିଥିଲେ ।

yuvodaya
Leave A Reply

Your email address will not be published.