ହିନ୍ଦୀ ଶିକ୍ଷକ କୁଳେନ୍ଦ୍ର ପ୍ରସାଦ ବୈଠାରୁଙ୍କ ଅବସରକାଳୀନ ସମ୍ବର୍ଦ୍ଧନା ସଭା

କଳାହାଣ୍ଡି, (ପି.କେ. ସାହୁ) : କଳାହାଣ୍ଡି ଜିଲ୍ଲା ମ. ରାମପୁର ବ୍ଲକ ଅଲାତରା, ପଞ୍ଚସଖା ସରକାରୀ ଉଚ୍ଚ ବିଦ୍ୟାଳୟରେ ଆଜି ପ୍ରଧାନ ଶିକ୍ଷୟିତ୍ରୀ ଶକୁନ୍ତଳା ମିଶ୍ରଙ୍କ ସଭାପତିତ୍ୱରେ ହିନ୍ଦୀ ଶିକ୍ଷକ କୁଳେନ୍ଦ୍ର ପ୍ରସାଦ ବୈଠାରୁଙ୍କ ଅବସରକାଳୀନ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ ହୋଇଯାଇଛି । ଏଥିରେ ଅତିଥି ଭାବେ ପଞ୍ଚସଖା ବିଦ୍ୟାଳୟର ପ୍ରତିଷ୍ଠାତା ଖଗେଶ୍ୱର ରଣା ଓ ଘନଶ୍ୟାମ ବଗର୍ତ୍ତି, ମୋ’ ସ୍କୁଲ ସଭାପତି ପଞ୍ଚୁଦେବ ସାହୁ ଉପସ୍ଥିତ ଥିବା ବେଳେ ଶିକ୍ଷକ ଅଶୋକ ବିଶ୍ୱାଳ ସଭକାର୍ଯ୍ୟ ପରିଚାଳନା କରିଥିଲେ । ଶ୍ରୀ ବୈଠାରୁ ଜଣେ ଦକ୍ଷ, ଜ୍ଞାନୀ, ଛାତ୍ର ବତ୍ସଳ ଓ ପରୋପକାରୀ ଶିକ୍ଷକ ଥିବା ବେଳେ ଉକ୍ତ ବିଦ୍ୟାଳୟ ୫ଟିରେ ଅନ୍ତର୍ଭୁକ୍ତ ହେବାରେ ତାଙ୍କ ବହୁତ ଭୂମିକା ଥିଲା । ଆଜିର ସଭାରେ ଗ୍ରାମର ଭଦ୍ରବ୍ୟକ୍ତି, ଅଭିଭାବକ, ପୁରାତନ ଛାତ୍ରଛାତ୍ରୀଙ୍କ ସମେତ ବହୁ ବୁଦ୍ଧିଜୀବୀ ଉପସ୍ଥିତ ରହି ଗୁଣ ଗାନ କରିଥିଲେ । ସମସ୍ତେ ମିଶି ଉପହାର, ଫୁଲମାଳ, ଖୋଲ ତାଳ, ହୁଳହୁଳି ଓ କୀର୍ତ୍ତନ ସହ ବିଦାୟ ଦେଇଥିବା ବେଳେ ଖେଳ ଶିକ୍ଷକ ବେଣୁଧର ରଣା, ପ୍ରମୋଦ ସାହୁ, ଦାମୋଦର ଭୋଇଙ୍କ ସମେତ ସମସ୍ତ ଶିକ୍ଷକ/ଶିକ୍ଷୟିତ୍ରୀ, କର୍ମଚାରୀ ଓ ଛାତ୍ରଛାତ୍ରୀମାନେ ଉପସ୍ଥିତ ଥିଲେ ।

Leave A Reply

Your email address will not be published.