ଗ୍ରାମ୍ୟ ଇତିହାସ ଓ ଖାଦ୍ୟ ସଂସ୍କୃତି ସମ୍ପର୍କିତ କର୍ମଶାଳା

  • ଛାତ୍ରଛାତ୍ରୀ ଲେଖିବେ ନିଜ ଗ୍ରାମର ଇତିହାସ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଉପଖଣ୍ଡ ପାଇକମାଲ ଯମୁନା କନ୍ଧୁଣୀ ବାଳିକା ଉଚ୍ଚ ବିଦ୍ୟାଳୟ ପରିସରରେ ଦିଶା ମିଲେଟ୍ ମିଶନ ତରଫରୁ ଗ୍ରାମ୍ୟ ଇତିହାସ ଓ ଖାଦ୍ୟ ସଂସ୍କୃତି ସମ୍ପର୍କିତ କର୍ମଶାଳା ଆଜି ରବିବାର ଦିନ ଅନୁଷ୍ଠିତ ହୋଇଯାଇଛି । ଏଥିରେ ମୁଖ୍ୟ ଅତିଥି ଭାବେ ଅବସରପ୍ରାପ୍ତ ଇଂରାଜୀ ପ୍ରାଧ୍ୟାପକ ଡ଼. କେଶ ରଞ୍ଜନ ପ୍ରଧାନ, ସମ୍ମାନୀତ ଅତିଥି ଭାବରେ ପଦ୍ମପୁର ପୂର୍ବତନ ବିଧାୟକ ପ୍ରଦୀପ ପୁରୋହିତ, ବରିଷ୍ଠ ସାମ୍ବଦିକ ବଡ ଶତପଥି ଓ ସୁରଥ ସାହୁ, ଯମୁନା କାନ୍ଧୁଣୀ ବାଳିକା ବିଦ୍ୟାଳୟ ପ୍ରଧାନ ଶିକ୍ଷକ ଶୁଶାନ୍ତ ପଣ୍ଡା, ସମାଜସେବୀ ସରୋଜ ସାମଲ ପ୍ରମୁଖ ଯୋଗଦେଇ ନିଜସ୍ୱ ମତ ବ୍ୟକ୍ତ କରିଥିଲେ । ଏହି କର୍ମଶାଳାରେ ଭୁବେନେଶ୍ୱରରୁ ଆସିଥିବା ସ୍ଵୟଂପ୍ରଭା ପାଢ଼ୀ ଓ ଜିଲ୍ଲା ସଂଯୋଜକ ସବ୍ୟସାଚୀ ହନୁମାନ ଗ୍ରାମ୍ୟ ଇତିହାସ ଓ ଖାଦ୍ୟ ସଂସ୍କୃତି ଉପରେ ଛାତ୍ରଛାତ୍ରୀମାନଙ୍କୁ ତାଲିମ ଦେଇ ନିଜ ନିଜ ଗ୍ରାମର ଇତିହାସ ଓ ହଜି ଯାଇଥିବା ପୁରୁଣା ଖାଦ୍ୟ ସଂସ୍କୃତି ଓ ପରମ୍ପରିକ କୃଷି ପଦ୍ଧତି, ପୁଷ୍ଟି ଶସ୍ୟ ଇତ୍ୟାଦିକୁ ପୁନର୍ବାର ମନେ ପକାଇ ଓ ଗଢି ତୋଳିବା ପାଇଁ ବିସ୍ତୃତ ଭାବରେ କିପରି କରାଯିବ ସେ ନେଇ ତାଲିମ ଦେଇଥିଲେ । ପାଇକମାଲ ବ୍ଲକର ୮ଟି ହାଇସ୍କୁଲରୁ ୬୦ ଜଣ ଛାତ୍ରଛାତ୍ରୀ ଅଂଶଗ୍ରହଣ କରିଥିଲେ । ସଭାକୁ ଅହିଂସା କ୍ଳବ ସମ୍ପାଦକ ଶିବ ପ୍ରସାଦ ସାହୁ ପରିଚାଳନା କରିଥିବା ବେଳେ ସଂଗୀତା ସାହୁ ଧନ୍ୟବାଦ ଦେଇଥିଲେ ।

Leave A Reply

Your email address will not be published.