ଟିକ୍ରାପଡାରେ ଆଞ୍ଚଳିକ କୈବର୍ତ୍ତ ସମାଜର ନୂତନ କମିଟି ଗଠନ

ସଇଁତଲା, (ପ୍ରମୋଦ ସେଲମା) : ବଲାଙ୍ଗିର ଜିଲ୍ଲା ସଇଁତଲା ବ୍ଲକସ୍ଥିତ ଟିକ୍ରାପଡା ଗ୍ରାମରେ ଆଞ୍ଚଳିକସ୍ତରୀୟ କୈବର୍ତ୍ତ ସମାଜର ସଭା ଅନୁଷ୍ଠିତ ହୋଇଯାଇଛି । ସଭା ପ୍ରାରମ୍ଭରେ ପୂଜକ ବୁଡ଼ୁ ସେଠ ସମାଜର ଇଷ୍ଟ ଦେବୀ ଦେବତା ଅଶ୍ୱନୀ, ବାଶେଳୀ ଓ ସମଲେଶ୍ୱରୀଙ୍କ ପୂଜାର୍ଚ୍ଚନା କରିଥିଲେ । ପ୍ରଥମେ ସମାଜର ପୂର୍ବତନ ସଭାପତି ତଥା ସ୍ୱର୍ଗତ ଶିକ୍ଷକ ପ୍ରଦ୍ୟୁମ୍ନ ନାଏକଙ୍କ ଆତ୍ମାର ସଦ୍‌ଗତି ପାଇଁ ୨ ମିନିଟ ନିରବ ପ୍ରାର୍ଥନା କରାଯାଇଥିଲା । ଉକ୍ତ ସଭାରେ ଜଗନ୍ନାଥ ମୁଦୁଲି ସଭା ପରିଚାଳନା କରିଥିଲେ । ଏହି ସଭାରେ ସମାଜ ଲୋକଙ୍କ ଉନ୍ନତି ଦିଗରେ ସମସ୍ତେ ଆନ୍ତରିକ ପ୍ରଚେଷ୍ଟା କରିବା ଆବଶ୍ୟକ ବୋଲି ସଭାରେ ମତପ୍ରକାଶ ପାଇଥିଲା । ଏହି ଅବସରରେ ଆଞ୍ଚଳିକ କୈବର୍ତ୍ତ ସମାଜ ସମିତି ଗଠନ କରାଯାଇଥିଲା । ଏଥିରେ ସଭାପତି ଭାବେ ଜଗନ୍ନାଥ ମୁଦୁଲି, ଉପସଭାପତି ଗଣେଶ ବୁଡେକ, ସମ୍ପାଦକ ମଧୁସୂଦନ ନାଏକ, ସହସମ୍ପାଦକ ସୁଜନ ମହାଲିଙ୍ଗ, କୋଷାଧ୍ୟକ୍ଷ ଭାବ ପୀତବାସ ନାଏକ ମନୋନୀତ ହୋଇଥିଲେ । ତେଜୁଲାଲ ନାଏକ, ଘନ ନାଏକ, ଶେଷଦେବ ମଲ୍ଲିକ, ଜଗନ୍ନାଥ ବୁଡ଼େକ, ରଥ ବୁଡ଼େକ, ପୂର୍ଣ୍ଣଚନ୍ଦ୍ର ମୁଦୁଲି, ଜଳନ୍ଧର ବୁଡ଼େକ, ବୈଶାଖୁ ମୁଦୁଲି ପ୍ରମୁଖଙ୍କୁ ଉପଦେଷ୍ଟା ଭାବରେ ଗ୍ରହଣ କରାଯାଇଥିଲା । ଉପେନ୍ଦ୍ର ବେହେରା, ଗୌରଚନ୍ଦ୍ର ମୁଦୁଲି, ଧୁବା ସେଠ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ । ଶେଷରେ ମଧୁସୂଦନ ମହାଲିଙ୍ଗ ଧନ୍ୟବାଦ ଅର୍ପଣ କରିଥିଲେ । ସଭାରେ ଝିଙ୍କିଡୁଙ୍ଗୁରି, ଜୁରାବନ୍ଧ ଓ ଟିକ୍ରାପଡ଼ା ପଞ୍ଚାୟତର କର୍ମକର୍ତ୍ତାଗୁଡିକ ସାମିଲ ହୋଇଥିଲେ ।

Leave A Reply

Your email address will not be published.