ସଇଁତଲା ସହରରେ ମାଙ୍କଡ଼ ଆତଙ୍କ : ଧରିବା ପାଇଁ ବନ ବିଭାଗର ନିଦ ହଜିଯାଇଛି, ୧୫ରୁ ଅଧିକ ଜଣ ଆକ୍ରମଣର ଶିକାର

ସଇଁତଲା, (ପ୍ରମୋଦ ସେଲମା) : ବଲାଙ୍ଗିର ଜିଲ୍ଲା ସଇଁତଲା ସହରରେ ଏବେ ମାଙ୍କଡ଼ ପଳ ଆତକ ଦେଖାଯାଇଛି । ଯାହାକୁ ନେଇ ଲୋକେ ଭୟଭୀତ ଅବସ୍ଥାରେ ରହୁଥିବା ଦେଖାଦେଇଛି । ମଟର ସାଇକେଲ ଶବ୍ଦ ଶୁଣି ମାଙ୍କଡ଼ ବାଇକ ଆରୋହୀ ବ୍ୟକ୍ତିମାନଙ୍କୁ ଦୌଡାଉ ଥିବାରୁ ସହରର ୧୫ରୁ ଅଧିକ ଲୋକ ଆକ୍ରମଣର ଶୀକାର ହୋଇସାରିଲେଣି । ଏହି ହିଂସ୍ର ମାଙ୍କଡ଼ଙ୍କୁ ଧରିବା ପାଇଁ ସଇଁତଲା ଗୋପବନ୍ଧୁପଡାବାସୀ ତୁରନ୍ତ ପଦକ୍ଷେପ ନେବା ପାଇଁ ବନ ବିଭାଗ ଅଧିକାରୀଙ୍କୁ ଦାବୀ କରିଛନ୍ତି । ପ୍ରକାଶ ଯେ, ସଇଁତଲା ବ୍ଲକ ଅଞ୍ଚଳର ଆଖପାଖଠାରେ ଥିବା ଜଙ୍ଗଲ ଧୀରେ ଧୀରେ ଜଙ୍ଗଲ ଧ୍ୱଂସ ହେବାରେ ଲାଗିଲାଣି । ଯାହା ଫଳରେ ବନ୍ୟଜନ୍ତୁମାନେ ଜଙ୍ଗଲରେ ଖାଦ୍ୟ ଅଭାବ ଦେଖାଦେବାରୁ ଗାଁ ମୁହାଁ ହେଉଛନ୍ତି । ଯଦ୍ୱାରା ଗାଁମାନଙ୍କରେ ସାଧାରଣ ଲୋକ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେବା ସହ ଅନେକ କ୍ଷୟକ୍ଷତି ସହିବାକୁ ପଡୁଛି । ଏହି ମାଙ୍କଡ଼ ପଲ ଗାଁର ବାଡ଼ି ବଗିଚାରେ ହେଉଥିବା ଫଳମୂଳ ପନିପରିବା ଚାଷଗୁଡିକୁ ନଷ୍ଟ କରୁଥିବା ସହ ଲୋକଙ୍କ ବିଶେଷ କ୍ଷତି ପହଞ୍ଚାଇଛନ୍ତି । ଏହାରି ଭିତରେ ଏକ ମାଙ୍କଡ଼ ପାଗଳ ହେବା ସହ ଅତ୍ୟନ୍ତ ହିଂସ୍ର ହୋଇପଡିଛି । ଏଥିରେ ମାଙ୍କଡ଼ଟି ସହରରେ ବୁଲି ବୁଲି ଲୋକମାନଙ୍କୁ ଆକ୍ରମଣ କରୁଅଛି । ଫଳରେ ୧୫ରୁ ଅଧିକ ଲୋକଙ୍କୁ ମାଙ୍କଡ଼ଟି କାମୁଡିବା ସହ କ୍ଷତାକ୍ତ ହୋଇ ଚିକିତ୍ସିତ ହେଉଛନ୍ତି । ଏପରିକି ମାଙ୍କଡ଼ ମଟର ସାଇକେଲ ଶବ୍ଦ ଶୁଣି ଦୌଡାଉଥିବାରୁ ଅନେକ ବାଇକ ଆରୋହୀ ଦୁର୍ଘଟଣାର ଶିକାର ମଧ୍ୟ ହେଉଛନ୍ତି । ଯାହାକୁ ନେଇ ସହରବାସୀ ଅତ୍ୟନ୍ତ ଭୟଭୀତ ହେଉଛନ୍ତି । ଫଳରେ ମହିଳା ଓ ଶିଶୁମାନେ ବାହାରକୁ ବାହାରିବା ପାଇଁ ସୁରକ୍ଷିତ ମଣୁନାହାନ୍ତି । ଉକ୍ତ ହିଂସ୍ର ମାଙ୍କଡ଼ଟି ଗୋପବନ୍ଧୁପଡା, ଥାନା ଅଞ୍ଚଳ, ୨୬ ନମ୍ବର ଜାତୀୟ ରାଜପଥ, ନ୍ୟୁ ମାର୍କେଟ ଓ ବଙ୍ଗଳା ଛକ ସହ ବିଭିନ୍ନ ପଡାକୁ ଯାଇ ଅଞ୍ଚଳରେ ଆତଙ୍କ ମଞ୍ଚାଉଥିବାରୁ ଘଟଣାକୁ ନେଇ ଗୋପବନ୍ଧୁପଡାବାସୀ ସ୍ଥାନୀୟ ରେଞ୍ଜରଙ୍କୁ ଲିଖିତ ଅଭିଯୋଗ କରିଛନ୍ତି । ଏହାପରେ ବନ ବିଭାଗ ମଧ୍ୟ ମାଙ୍କଡ଼କୁ ଧରିବା ପାଇଁ ଉଦ୍ୟମ ଜାରି ରଖିଥିବା ଦେଖିବାକୁ ମିଳିଛି । ଯଦି ବନ ବିଭାଗ ତୁରନ୍ତ ପଦେକ୍ଷପ ଗ୍ରହଣ ନ କଲେ ଆଗାମୀ ଦିନରେ ଆନ୍ଦୋଳନ ପାଇଁ ସଜବାଜ ହେଉଥିବା ଜଣାପଡିଛି ।

Leave A Reply

Your email address will not be published.