ବଲାଙ୍ଗିର, (ଦେବାଶିଷ ମିଶ୍ର) : ଆଜି ସନ୍ଧ୍ୟାରେ ବଲାଙ୍ଗିର ପର୍ଯ୍ୟବେକ୍ଷକ ତଥା ବିଧାୟକ ସୁଶାନ୍ତ ସିଂ ଏବଂ ବଲାଙ୍ଗିର ପୌରାଧ୍ୟକ୍ଷା ଶ୍ରୀମତୀ ଲିକା ସାହୁ ବଲାଙ୍ଗିର ସହରର ମା’ ସମଲେଶ୍ୱରୀ ମନ୍ଦିର ପରିଦର୍ଶନ କରିବା ସହିତ ମା’ ସମଲେଶ୍ୱରୀଙ୍କ ଆଶୀର୍ବାଦ ଗ୍ରହଣ କରିଛନ୍ତି । ଏହି ଅବସରରେ ମନ୍ଦିରର ସୁବିଧା ଅସୁବିଧାକୁ ନେଇ ମନ୍ଦିର କମିଟି ସହିତ ଆଲୋଚନା କରିଛନ୍ତି ବଲାଙ୍ଗିର ପର୍ଯ୍ୟବେକ୍ଷକ ସୁଶାନ୍ତ ସିଂ । ଗଣମାଧ୍ୟମକୁ ସୂଚନା ଦେଇ ସେ କହିଛନ୍ତି ଯେ, ବଲାଙ୍ଗିର ସମଲେଶ୍ୱରୀ ମନ୍ଦିର ସୁବିଧା ଅସୁବିଧାକୁ ନେଇ ସେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଜଣାଇବେ ଏବଂ ସମସ୍ତ ସମସ୍ୟାର ତୁରନ୍ତ ସମାଧାନ ହେବ । ଏ ଦିଗରେ ସରକାର ତତ୍ପରତାର ସହ କାର୍ଯ୍ୟ କରିବେ ବୋଲି ସେ ପ୍ରତିଶ୍ରୁତି ଦେଇଛନ୍ତି । ଏହି କାର୍ଯ୍ୟକ୍ରମରେ ବଲାଙ୍ଗିର ପର୍ଯ୍ୟବେକ୍ଷକ ସୁଶାନ୍ତ ସିଂଙ୍କ ସହ ପୂର୍ବତନ ବିଡ଼ିସିସି ଅଧ୍ୟକ୍ଷ ଲକ୍ଷ୍ମଣ ମେହେର, ଯୁବନେତା ନିହାର ରଂଜନ ବେହେରା ତଥା ବହୁ ବିଜେଡ଼ି କର୍ମକର୍ତ୍ତା ସାମିଲ୍ ଥିଲେ ।
Prev Post