pr

ପାଇକମାଲ ଲାୟନ୍ସ କ୍ଲବର ପ୍ରତିଷ୍ଠା ଦିବସ

dr. purohit
  • ଲାୟନ କୀର୍ତ୍ତନ ସୋନୀଙ୍କ ଜନ୍ମ ଦିବସ ପାଳନ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପାଇକମାଲ ଲାୟନ୍ସ କ୍ଲବର ପ୍ରତିଷ୍ଠା ଦିବସ ଓ ଲାୟନ କୀର୍ତ୍ତନ ସୋନୀଙ୍କ ୫୪ତମ ଜନ୍ମ ଦିବସ ନୃସିଂହନାଥ କସ୍ତୁରବା ମାତୃନିକେତନ ସମ୍ମିଳନୀ କକ୍ଷରେ ପାଳିତ ହୋଇଯାଇଛି । ପ୍ରଥମ ପାଇକମାଲ, ପଦ୍ମପୁର, ଝାରବନ୍ଧ, ପାଟଣାଗଡ ଲାୟନ୍ସ କ୍ଲବର ସଦସ୍ୟ ଓ ଅତିଥିବୃନ୍ଦ ବହ୍ନିକନ୍ୟା ପାର୍ବତୀ ଗିରିଙ୍କ ପ୍ରତିକୃତିରେ ପୁଷ୍ପମାଲ୍ୟ ଅର୍ପଣ କରି ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ ।ମାତୃନିକେତନର ନିରୁପମା ଦିଦିଙ୍କୁ ସମ୍ମାନିତ କରାଯାଇ କାର୍ଯ୍ୟକ୍ରମ ଶୁଭାରମ୍ଭ କରାଯାଇଥିଲା । ଜନାର୍ଦ୍ଧନ ପଣ୍ତାଙ୍କ ସଭାପତିତ୍ୱରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ଲାୟନ ପ୍ରଦୀପ ବଂଶଳ ମୁଖ୍ୟ ଅତିଥି, ଲା.ବେଣୁମାଧବ ଦୋରା ମୁଖ୍ୟବକ୍ତା, ଲେଫନେଣ୍ଟ ମେଜର ଚିତ୍ତରଞ୍ଜନ ଦାଶ, ସନ୍ତୋଷିନୀ ରଥ, ବି ବି ମିଶ୍ର ସମ୍ମାନିତ ଅତିଥି ଭାବରେ ଯୋଗଦାନ କରିଥିଲେ । ପାଇକମାଲ ଲାୟନ୍ସ କ୍ଲବ ସଭାପତି ଗୋବର୍ଦ୍ଧନ ଅଗ୍ରୱାଲ, ପଦ୍ମପୁର ସଭାପତି ପ୍ରୀତମ ମେହେର, ଶ୍ୟାମଲାଲ ପ୍ରଧାନ, ଯୋଗେଶ୍ୱର ସାହୁ, ତାରାମଣି ଦେବୀ, ନନ୍ଦଲାଲ ନାୟକ, ଆନନ୍ଦ ଅଗ୍ରୱାଲ, କିଶୋର ବାରିକ, ଅଶୋକ ତାୟଲ, ସୁନ୍ଦରମଣି ନାଏକ, ଡା.ରାଜୀବ ଲୋଚନ ପଟ୍ଟନାୟକ, କୀର୍ତ୍ତନ ସୋନୀ, ମୀନକେତନ ବେହେରା, ଅଲେଖ ସାହୁ, ମ.ଇଜାଜ, ନଲିନୀ ଥପା, ସୁଶାନ୍ତ ପଣ୍ତା, ଡା.ଲମ୍ବୋଦର ପଣ୍ତା, ଡା ଦୟାଗୋପାଳ ତ୍ରିପାଠୀ ସହ ସମସ୍ତ ସଦସ୍ୟ ଯୋଗଦାନ କରିଥିଲେ । ଲେଫଟ୍‌ନାଣ୍ଟ ଚିତ୍ତରଞ୍ଜନ ଦାଶ ସମସ୍ତଙ୍କୁ ଶପଥ ପାଠ କରାଇଥିଲେ । ଲାୟନ କୀର୍ତ୍ତନ ସୋନୀଙ୍କୁ କାର୍ଯ୍ୟକ୍ରମରେ ଜନ୍ମ ଦିନର ଶୁଭେଚ୍ଛା ଜଣାଇଥିଲେ ।

nrusinghnath
Leave A Reply

Your email address will not be published.