oom

ଜିଲ୍ଲା ବରିଷ୍ଠ ନାଗରିକ ସଂଘର ପ୍ରତିଷ୍ଠା ଦିବସ ପାଳନ ସମାରୋହ

jsmm

ବଲାଙ୍ଗିର, (ଦେବାଶିଷ ମିଶ୍ର) : ତ୍ରିବେଣୀ ହୋଟେଲଠାରେ ଜିଲ୍ଲା ବରିଷ୍ଠ ନାଗରିକ ସଂଘର ପ୍ରତିଷ୍ଠା ଦିବସ ତଥା ବାର୍ଷିକ ଉତ୍ସବ ବିକ୍ରମାନନ୍ଦ ବହିଦାରଙ୍କ ସଭାପତିତ୍ୱରେ ପାଳିତ ହୋଇଯାଇଛି । ଉକ୍ତ ଉତ୍ସବରେ ମୁଖ୍ୟ ଅତିଥି ଭାବେ ବଲାଙ୍ଗିର ବିଧାୟକ ତଥା ପୂର୍ବତନ ମନ୍ତ୍ରୀ ନରସିଂହ ମିଶ୍ର ଏବଂ ଯୁଗଲ କିଶୋର ସାହୁ ସଂପାଦକ ଓଡିଶା ବରିଷ୍ଠ ନାଗରିକ ମହାସଂଘ ଭୁବନେଶ୍ୱରଙ୍କ ସହିତ ଅନ୍ୟାନ୍ୟ ଜିଲ୍ଲା, ସବ୍‌ ଡିଭିଜନରୁ ଅନେକ କର୍ମକର୍ତ୍ତା ଏବଂ ସକ୍ରିୟ ସଭ୍ୟ ଯୋଗ ଦେଇଥିଲେ । ବିଧାୟକ ଶ୍ରୀ ମିଶ୍ର, ପଦ୍ମଶ୍ରୀ ନରସିଂହ ପ୍ରସାଦ ଗୁରୁ ଏବଂ ବିଶିଷ୍ଟ ଶିକ୍ଷାବିଦ୍‌ ଜଗନ୍ନାଥ ବେଜଙ୍କୁ ମାନପତ୍ର ଏବଂ ଉପଢୌକନ ଦେଇ ସମ୍ମାନିତ କରିଥିଲେ ଏବଂ ବରିଷ୍ଠ ନାଗରିକମାନଙ୍କର ଜୀବନଶୈଳୀ, ଅଧିକାର ତଥା ବିଭିନ୍ନ ପ୍ରକାର ସୁବିଧା ସୁଯୋଗ ଉପରେ ବକ୍ତବ୍ୟ ରଖିଥିଲେ । ବଲାଙ୍ଗିର ଜିଲ୍ଲା ସମ୍ପୂର୍ଣ୍ଣା ମାତୃଛାୟା ବୁଦ୍ଧାଶ୍ରମର ଅନ୍ତେବାସୀମାନଙ୍କୁ ମହିଳା ସଂଗଠନର ସଭ୍ୟାମାନେ ଉତ୍ତରୀୟ ଦେଇ ସମ୍ମାନିତ କରିଥିଲେ । ମୁଖ୍ୟବକ୍ତା ଶ୍ରୀ ସାହୁ ସଂପାଦକ ବରିଷ୍ଠ ନାଗରିକମାନଙ୍କ ସମସ୍ୟା ସମ୍ବନ୍ଧେ ଏବଂ ସୁବିଧା ସୁଯୋଗ, ଭତ୍ତା ବୃଦ୍ଧି, ରେଲୱେ କନ୍‌ସେସନ୍‌ ଏବଂ କିପରି ଭାବରେ ଶାନ୍ତିରେ ରହିବେ ସେ ଉପରେ ପରାମର୍ଶ ଦେଇଥିଲେ । ସଂଘର ଉପଦେଷ୍ଟା ବିକ୍ରମାନନ୍ଦ ବହିଦାର ସଂଘର ଆଭିମୁଖ୍ୟ, ଭବିଷ୍ୟତ କାର୍ଯ୍ୟପନ୍ଥା ଏବଂ ସଂପାଦକ ବସନ୍ତ ଆଚାର୍ଯ୍ୟ ସଂଘର ବାର୍ଷିକ ବିବରଣୀ ପାଠ କରିଥିଲେ । ଉକ୍ତ ଉତ୍ସବରେ ଶତାଧିକ ସଭ୍ୟ ସଭ୍ୟା ଏବଂ ବୃଦ୍ଧାଶ୍ରମର କର୍ମକର୍ତ୍ତା ସଭାପତି ସନ୍ତୋଷିନୀ ମେହେର, ସଂପାଦକ ରଶ୍ମି ପାତ୍ର ଏବଂ କୋଷାଧ୍ୟକ୍ଷ ସଞ୍ଜଳି ଶତପଥି ସହଯୋଗ କରିଥିଲେ । ସଂଘର ଉପଦେଷ୍ଟା ସୁବାଷ ଚନ୍ଦ୍ର ପଣ୍ଡା ସଭା କାର୍ଯ୍ୟ ପରିଚାଳନା କରିଥିଲେ ଏବଂ ଶେଷରେ ପ୍ରତାପ ରଥ ଧନ୍ୟବାଦ ଅର୍ପଣ କରିଥିଲେ ।

jittmm
Leave A Reply

Your email address will not be published.