oom

ବନ୍ଧପଡା ପଂଚାୟତ ଉଚ୍ଚ ବିଦ୍ୟାଳୟଠାରେ ତମାଖୁ ମୁକ୍ତ ଯୁବ ଅଭିଯାନ କାର୍ଯ୍ୟକ୍ରମ ଅନୁଷ୍ଠିତ

jsmm

ପୁଇଁତଲା, (ଶମ୍ଭୁନାଥ ସାହୁ) : ଆଜି ପୁଇଁତଲା ବ୍ଲକ ଅନ୍ତର୍ଗତ ପଂଚାୟତ ଉଚ୍ଚ ବିଦ୍ୟାଳୟ, ବନ୍ଧପଡାଠାରେ ପରିଚାଳନା ପରିଷଦର ସଭାପତି ଶ୍ୟାମସୁନ୍ଦର ବଗର୍ତ୍ତୀଙ୍କ ସଭାପତିତ୍ୱରେ ତମାଖୁ ମୁକ୍ତ ଯୁବ ଅଭିଯାନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ପ୍ରଧାନ ଶିକ୍ଷକ ଆନନ୍ଦ ବଡ଼ପଣ୍ଡା ତମାଖୁ ବର୍ଜନ ସଚେତନତା କାର୍ଯ୍ୟକ୍ରମର ଲକ୍ଷ୍ୟ ଓ ଉଦ୍ଦେଶ୍ୟ ଜ୍ଞାପନ କରିଥିଲେ । ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ଜାମଗାଁ ତରଫରୁ ବନବାହାଲ ଗୋଷ୍ଠୀ ସ୍ୱାସ୍ଥ୍ୟ ଅଧିକାରୀ ହରିପ୍ରିୟା ସେନାପତି, ଆର. ଡବ୍ଲୁ ବ୍ଲେସିନା ବାରିକ ଯୋଗଦେଇ ପିପିଟି ମାଧ୍ୟମରେ ତମାଖୁ ବ୍ୟବହାରର କୁପ୍ରଭାବ ସମାଜ ଉପରେ କିପରି ପଡୁଛି, ଆମ ବିଦ୍ୟାଳୟକୁ କିପରି ତମାଖୁ ମୁକ୍ତ କରିବା ତାହା ଉପରେ ବିଷଦ ଭାବେ ଆଲୋକପାତ କରିଥିଲେ । ଏହି ଅବସରରେ ସମସ୍ତ ଛାତ୍ରଛାତ୍ରୀ, ଶିକ୍ଷକ ଶିକ୍ଷା କର୍ମଚାରୀ ତମାଖୁ ବର୍ଜନ ସଚେତନତାରେ ସାମିଲ ହେବା ପାଇଁ ଶପଥ ନେଇଥିଲେ । ଛାତ୍ରଛାତ୍ରୀମାନଙ୍କ ମଧ୍ୟରେ ପ୍ରବନ୍ଧ, କୁଇଜ ଓ ଚିତ୍ରାଙ୍କନ ପ୍ରତିଯୋଗିତା ହୋଇଥିଲା, କୃତି ପ୍ରତିଯୋଗୀମାନଙ୍କୁ ମାନପତ୍ର ଓ ମୋମେଣ୍ଟୋ ପ୍ରଦାନ କରାଯାଇଥିଲା । କୁଇଜ ପ୍ରତିଯୋଗିତାରେ ସତ୍ୟବ୍ରତ ପଧାନ, ରୋଶନାରାଣୀ ଗୁରୁ, ଖୁସିରାମ ସାହୁ ଯଥାକ୍ରମେ ପ୍ରଥମ, ଦ୍ୱିତୀୟ ଓ ତୃତୀୟ ସ୍ଥାନ ଅଧିକାର କରିଥିଲେ । ପ୍ରବନ୍ଧ ପ୍ରତିଯୋଗିତାରେ ସତ୍ୟବ୍ରତ ପଧାନ, କାହ୍ନା ଷାଣ୍ଢ ଓ ସୌମ୍ୟ ରଞ୍ଜନ ତାଣ୍ଡି ଯଥାକ୍ରମେ ପ୍ରଥମ, ଦ୍ଵିତୀୟ ଓ ତୃତୀୟ ସ୍ଥାନ ଅଧିକାର କରିଥିଲେ । ଚିତ୍ରାଙ୍କନ ପ୍ରତିଯୋଗିତାରେ ଶୀତୁ କର୍ଣ୍ଣ, ସହଦେବ ମହାକୁର ଓ ନିତୁରାଣୀ ଦେହୁରୀ ଯଥାକ୍ରମେ ପ୍ରଥମ, ଦ୍ଵିତୀୟ ଓ ତୃତୀୟ ସ୍ଥାନ ଅଧିକାର କରିଥିଲେ । କାର୍ଯ୍ୟକ୍ରମରେ ଅଜିତ ଗୁରୁ, ପବିତ୍ର ମୋହନ ପଧାନ, ହରିବୋଲ ପଧାନ ସହଯୋଗ କରିଥିଲେ ଓ ସଭା ଶେଷରେ ଖେଳ ଶିକ୍ଷକ ପ୍ରବୀଣ ନାରାୟଣ ପଣ୍ଡା ଧନ୍ୟବାଦ ଅର୍ପଣ କରିଥିଲେ ।

jittmm
Leave A Reply

Your email address will not be published.