csstore

ବିଭିନ୍ନ ଗାଁକୁ ଗସ୍ତ କଲେ ପୂର୍ବତନ ବିଧାୟକ ଆୟୁବ ଖାଁ

ବଙ୍ଗୋମୁଣ୍ଡା, (ହୁଲେଶ୍ୱର ହଂସ) : ଆଜି ବିଜେଡି ରାଜ୍ୟ ସାଧାରଣ ସମ୍ପାଦକ ଆୟୁବ ଖାଁ କଣ୍ଟାବାଞ୍ଜି ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ବଙ୍ଗୋମୁଣ୍ଡା ବ୍ଲକର ବେଲପଡା, ବଳଧା, ଭାଲୁମୁଣ୍ଡା ଓ ତୁରକେଲାଠାରେ ଦଳୀୟ କାର୍ଯ୍ୟକର୍ତ୍ତାଙ୍କ ସହ ଆଗାମୀ ନିର୍ବାଚନ ବିଷୟରେ ଆଲୋଚନା କରିଥିଲେ ଓ ବୃକ୍ଷ ରୋପଣ କରିଥିଲେ । ବେଲପଡା ଗ୍ରାମର ନକୁଳ ମେହେର କଂଗ୍ରେସ ଦଳ ପରିତ୍ୟାଗ କରି ନବୀନ ବାବୁଙ୍କ ନୀତି ଓ ଆୟୁବ ଖାଁଙ୍କ ନେତୃତ୍ୱକୁ ଗ୍ରହଣ କରି ବିଜେଡିରେ ଯୋଗଦାନ କଲେ । ଏହି ଅବସରରେ ବଙ୍ଗୋମୁଣ୍ଡା ବ୍ଲକ ବିଜେଡି ସଭାପତି ରାଧେଶ୍ୟାମ କେତକୀ, ଯୁବ ବିଜେଡି ବ୍ଲକ ସଭାପତି ଭକ୍ତବନ୍ଧୁ ବେହେରା, ଯୁବ ବିଜେଡି କାର୍ଯ୍ୟକାରୀ ସଭାପତି ସଞ୍ଜୟ ବେହେରା, ବୀର ମେହେର, ଅନାଦି ମେହେର, ପ୍ରମେଶ୍ୱର ମେହେର, ନକୁଳ ମେହେର, ଭାଲୁମୁଣ୍ଡା ସରପଞ୍ଚ ପ୍ରତିନିଧି ବସନ୍ତ ମେହେର, ତୁଳା ମେହେର, ପରୀକ୍ଷିତ ମେହେର, ସମିତି ସଭ୍ୟ ପ୍ରତିନିଧି ଶ୍ୟାମ ସାହୁ, ପ୍ରସାଦ ମେହେର, ଝସକେତନ ବାରିକ, ବିଶ୍ୱରାମ ହିଆଲ, ବିଶ୍ୱମ୍ବର ନାଏକ, ମନୋଜ ଚଣ୍ଡୀ, ପବିତ୍ର ରଣା, ପାଲା ତାଣ୍ଡି, ଗୋଲାବନ୍ଧ ସୁନା, ଧନେଶ୍ୱର ସୁନା ଓ ବହୁ ବିଜେଡି କର୍ମକର୍ତା ଉପସ୍ଥିତ ଥିଲେ ।

jayashree
Leave A Reply

Your email address will not be published.