କୃଷକଙ୍କ ନେତାମାନେ ସରକାରଙ୍କ ପ୍ରସ୍ତାବକୁ ପ୍ରତ୍ୟାଖ୍ୟାନ କଲେ : ୧୨ ତାରିଖ ଏହି ପଦକ୍ଷେପ ନେବେ

ନୂଆଦିଲ୍ଲୀ : ନୂତନ କୃଷି ଆଇନ ଉପରେ ସରକାରଙ୍କ ପ୍ରସ୍ତାବକୁ କୃଷକ ନେତାମାନେ ପ୍ରତ୍ୟାଖ୍ୟାନ କରିଛନ୍ତି । କୃଷକ ନେତା କହିଛନ୍ତି ଯେ, ଯଦି ତିନୋଟି କୃଷି ଆଇନ ରଦ୍ଦ ନହୁଏ ତେବେ ଆମେ ଦିଲ୍ଲୀର ସମସ୍ତ ରାସ୍ତା ଗୋଟିଏ ପରେ ଗୋଟିଏ ବନ୍ଦ କରିଦେବୁ । ଯଦି ସରକାର ଅନ୍ୟ ଏକ ପ୍ରସ୍ତାବ ପଠାନ୍ତି, ତେବେ ଆମେ ଏହାକୁ ବିଚାର କରିପାରୁଁ । କୃଷକ ନେତା ଶିବ କୁମାର କକ୍କା କହିଛନ୍ତି ଯେ, ଡିସେମ୍ବର ୧୪ ରେ ରାଜ୍ୟଗୁଡିକର ଜିଲ୍ଲା ମୁଖ୍ୟାଳୟକୁ ଅବରୋଧ କରିବୁ ଏବଂ ଡିସେମ୍ବର ୧୨ ସୁଦ୍ଧା ଆମେ ଦିଲ୍ଲୀ-ଜୟପୁର ରାଜପଥ ବନ୍ଦ କରଯିବ ।

ବିପ୍ଳବୀ କୃଷକ ସଂଘର ସଭାପତି ଦର୍ଶନ ପାଲ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି ଯେ, ସେ ସାରା ଦେଶରେ ରିଲାଏନ୍ସ ଏବଂ ଆଦାନୀଙ୍କ ଉତ୍ପାଦକୁ ବହିଷ୍‌ଷ୍କାର କରିବାକୁ ନିଷ୍ପତ୍ତି ନେଇଛନ୍ତି । ଏହା ବ୍ୟତୀତ ପ୍ରତ୍ୟହ ବିଜେପି ମନ୍ତ୍ରୀମାନଙ୍କୁ ମଧ୍ୟ ଘେରାଉ କରାଯିବ । ବର୍ତ୍ତମାନ ଏହି ଆନ୍ଦୋଳନକୁ ଆହୁରି ଜୋରଦାର କରାଯିବ ବୋଲି କୃଷକ ସଂଗଠନ ଚେତାବନୀ ଦେଇଛନ୍ତି ।

Leave A Reply

Your email address will not be published.