ବିଦ୍ୟା ପବ୍ଲିକ ବିଦ୍ୟାଳୟର ସମ୍ମୁଖରେ ଥିବା ନାଳ ମରାମତି ପାଇଁ ଦାବୀ

csstore

ଗଞ୍ଜାମ, (ପ୍ରଦୀପ କୁମାର ପଣ୍ଡା) : ଗଞ୍ଜାମ ସହର ସ୍ଥିତ ୪ ନମ୍ବର ୱାର୍ଡ ରଘୁନାଥ ସାହିରେ ରହିଛି ବିଦ୍ୟା ପବ୍ଲିକ ବିଦ୍ୟାଳୟ । କୁନି କୁନି ଛାତ୍ର ଛାତ୍ରୀ ମାନେ ଅଧୟନ କରୁଛନ୍ତି । କିନ୍ତୁ କିଛି ଦିନ ହେଲା ମୁଖ୍ୟ ନାଳର ଏକପାଖ ବାଡ ଭୁଷୁଡ଼ି ଯାଇଥିବାରୁ ବିଦ୍ୟାଳୟକୁ ଯିବା ଆସିବାରେ ଛାତ୍ର ଛାତ୍ରୀ ଓ ଅଭିଭାବକମାନେ ନାହିଁ ନଥିବା ଅସୁବିଧାର ସମୁଖୀନ ହେଉଥିବା ଅଭିଯୋଗ ହୋଇଛି । ମୁଖ୍ୟ ନାଳ ସହର ମଧ୍ୟ ଦେଇ ବଙ୍ଗୋପସାଗରରେ ମିଶିଛି ବର୍ଷା ଦିନରେ ଗଞ୍ଜାମ ସହରର ସମସ୍ତ ପାଣି ଏହି ମୁଖ୍ୟ ନାଳ ଦେଇ ପ୍ରବାହିତ ହୋଇଥାଏ । ଏହା ଭାଙ୍ଗିବା ପରେ ଏହିରାସ୍ତା ଦେଇ ଛାତ୍ର ଛାତ୍ରୀ ଯିବା ଆସିବା କରିବା ବେଳେ କୌଣସି ଅଘଟଣ ଘଟିବା ପୂର୍ବରୁ ଏଥିପ୍ରତି ଦୃଷ୍ଟି ଦେବା ପାଇଁ ଏନ୍‌ଏସି କର୍ତ୍ତୃପକ୍ଷଙ୍କୁ ବାରମ୍ବାର ଅଭିଯୋଗ କରାଯାଇଥିଲେ ମଧ୍ୟ କୌଣସି ପ୍ରକାର ପଦକ୍ଷପ ନିଆଯାଉନଥିବାରୁ ବୁଦ୍ଧିଜୀବୀ ମହଲରେ ଅସନ୍ତୋଷ ପ୍ରକାଶ ପାଉଛି ।

Leave A Reply

Your email address will not be published.