csstore

ଜିଲ୍ଲା ବରିଷ୍ଠ ନାଗରିକ ସଂଘର ପ୍ରତିଷ୍ଠା ଦିବସ ପାଇଁ ପ୍ରସ୍ତୁତି ବୈଠକ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ଇତି ମଧ୍ୟରେ ସ୍ଥାନୀୟ ନରସିଂହ ମନ୍ଦିର ପ୍ରାଙ୍ଗଣରେ ସଂଘର କାର୍ଯ୍ୟକାରିଣୀ ସଭ୍ୟ ସଭ୍ୟା ଓ ନିମନ୍ତ୍ରିତ ସଭ୍ୟ ସଭ୍ୟାମାନଙ୍କୁ ନେଇ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ବସିଥିଲା । ଉକ୍ତ ବୈଠକରେ ଆସନ୍ତା ତା.୨୭.୦୭.୨୦୨୩ ତାରିଖରେ ତ୍ରିବେଣୀ ହୋଟେଲ ଠାରେ ପାଳିତ ହେବାକୁ ଥିବା ପ୍ରତିଷ୍ଠା ଦିବସ (ବାର୍ଷିକ ଉତ୍ସବ) ସମ୍ବନ୍ଧରେ ଆଲୋଚନା ହୋଇଥିଲା । ଏହି ଉତ୍ସବରେ ବଲାଙ୍ଗିର ବିଧାୟକ ନରସିଂହ ମିଶ୍ର ମୁଖ୍ୟ ଅତିଥି ଏବଂ ଯୁଗଳ କିଶୋର ସାହୁ ସଂପାଦକ ଫସ୍‌କୋ, ଭୁବନେଶ୍ୱର, ଓଡିଶାଙ୍କ ଯୋଗଦାନ କାର୍ଯ୍ୟକ୍ରମ ରହିଛି ଓ ଅନ୍ୟାନ୍ୟ ଜିଲ୍ଲା ତଥା ସବ୍‌ ଡିଭିଜନର କର୍ମକର୍ତ୍ତାମାନଙ୍କୁ ମଧ୍ୟ ଯୋଗଦାନ ପାଇଁ ନିମନ୍ତ୍ରିତ କରାଯାଇଅଛି । ଉକ୍ତ ସଭାରେ ମୁଖ୍ୟ ଉପଦେଷ୍ଟା ବିକ୍ରମାନନ୍ଦ ବହିଦାର ସଭାପତିତ୍ୱ ଏବଂ ସୁବାଷ ଚନ୍ଦ୍ର ପଣ୍ଡା ପରିଚାଳନା କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଶିବ ପ୍ରସାଦ ଖୁଆସ, ଯଥା ବିଶ୍ୱାଲ, ମଦନ ପାଣିଗ୍ରାହୀ, ଶଶୀ ଭୂଷଣ ପୁରୋହିତ, ରବିନ୍ଦ୍ର କୁମାର ପାଣିଗ୍ରାହୀ, ଉମାକାନ୍ତ ପାତ୍ର, ବିପିନ ବିହାରୀ ପଣ୍ଡା, ରାଧାକାନ୍ତ ମେହେର, ଗୋପବନ୍ଧୁ ପୁରୋହିତ, ପର୍ଶୁରାମ ନାଏକ ଏବଂ ମହିଳା ସଭ୍ୟା ଜ୍ୟୋସ୍ନା ନନ୍ଦ, ପ୍ରଭାଷିନୀ ବାବୁ, ସରୋଜିନୀ ପଣ୍ଡା, ପ୍ରତିମା ମିଶ୍ର, ବିଦ୍ୟୁତ ପ୍ରଭା ପଣ୍ଡା ଯୋଗ ଦେଇଥିଲେ । ସଭା ଶେଷରେ ସଂପାଦକ ବସନ୍ତ ଆଚାର୍ଯ୍ୟ ଉକ୍ତ ଉତ୍ସବରେ ସମସ୍ତ ଅତିଥି ତଥା ନିମନ୍ତ୍ରିତ ସଭ୍ୟ ସଭ୍ୟାମାନଙ୍କୁ ପୂର୍ଣ୍ଣମାତ୍ରାରେ ସହଯୋଗ କରିବା ପାଇଁ ଅନୁରୋଧ କରି ଧନ୍ୟବାଦ ଅର୍ପଣ କରିଥିଲେ ।

jayashree
Leave A Reply

Your email address will not be published.