oom

ସମାଜସେବା ହିଁ ମୋ ଜୀବନର ଏକମାତ୍ର ଲକ୍ଷ୍ୟ : ପ୍ରକୃତି ପ୍ରେମୀ ପ୍ରଫୁଲ୍ଲ ମାକର

jsmm

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଉପଖଣ୍ଡ ପାଇକମାଲ ପଞ୍ଚାୟତ ସମିତି ଅଧିନସ୍ଥ ଲଖମରା ପଞ୍ଚାୟତ ଧୁମାଭଟା ଗ୍ରାମର ପ୍ରକୃତି ପ୍ରେମୀ ପ୍ରଫୁଲ୍ଲ ମାକର । ସେ ପେଶା ଓ ନିଶାରେ ସାଜିଛନ୍ତି ପ୍ରକୃତି ପ୍ରେମୀ ଏବଂ ସମାଜସେବୀ । ତାଙ୍କ ଦୋକାନ ସମ୍ମୁଖରେ ଦେଖିବାକୁ ମିଳେ ରଙ୍ଗ ବେରଙ୍ଗର ଫୁଲ, ଔଷଧୀୟ ବୃକ୍ଷ ଓ ପଶୁପକ୍ଷୀ, ସମାଜରେ ନିଜକୁ ଦେଇଛନ୍ତି ଏକ ଅନନ୍ୟ ଉଦାହରଣ । ପ୍ରଫୁଲ୍ଲ ମାକର ନିଜର ପେଶାକୁ ବଞ୍ଚାଇ ରଖିବା ସହିତ ଆଦରି ନେଇଛନ୍ତି ସମାଜର ଦୁଃଖି, ଦରିଦ୍ରଙ୍କୁ । ସାହାଯ୍ୟ କରିବାରେ ସମର୍ଥ ହୋଇଛନ୍ତି । ଆଜି ପଶ୍ଚିମ ଓଡ଼ିଶାର ପ୍ରସିଦ୍ଧ ତୀର୍ଥକ୍ଷେତ୍ର ନୃସିଂହନାଥ ସ୍ଥିତ ବୃଦ୍ଧାଶ୍ରମକୁ ସପତ୍ନିକ ଯାଇ ବୃଦ୍ଧ ଓ ବୃଦ୍ଧାମାନଙ୍କୁ ବସ୍ତ୍ର, ମିଷ୍ଟାନ ବଣ୍ଟନ କରିବା ସହିତ ବୃଦ୍ଧାଶ୍ରମରେ କିଛି ସମୟ ଅତିବାହିତ କରିଥିଲେ । ବୃଦ୍ଧାଶ୍ରମରେ ସମସ୍ତ ଅନ୍ତୋବାସୀଙ୍କ ସହିତ ଆଳାପ, କରିବା ସହ ନିଜକୁ ଏହି ପରିବାରର ସଦସ୍ୟ ବୋଲି କହିଥିଲେ । ନୃସିଂହନାଥ ବୃଦ୍ଧାଶ୍ରମକୁ ଆର୍ଥିକ ସହଯୋଗ ମଧ୍ୟ କରିଥିଲେ । ବୃଦ୍ଧାଶ୍ରମର ସମସ୍ତ ସଦସ୍ୟଙ୍କ ସହ ଆଳାପ ସମୟରେ ଟ୍ରଷ୍ଟ ସଭାପତି ରାଜେଶ ସା, ସଂପାଦକ ଡା ବୁଲୁ ବାରିକ, ଭୁବନେଶ୍ୱର ସା, ଇନ୍ଦ୍ରଜିତ ଭୋଇ, ଦିବାକର ଗଡତିଆ, ଦୁଷ୍ମନ୍ତ ଖମାରୀ, ମହମ୍ମଦ ରାଜା, ଡା ହରିହର ପ୍ରଧାନଙ୍କ ସମେତ ସମସ୍ତ ସଦସ୍ୟ ପ୍ରକୃତି ପ୍ରେମୀ ପ୍ରଫୁଲ୍ଲଙ୍କର ମାନବୀୟ ଗୁଣକୁ ପ୍ରଶସାଂ କରିଥିଲେ । ପ୍ରଫୁଲ୍ଲ ମାକରଙ୍କ ମତାମତ ନେବାରୁ, ସେ କହିଲେ ମାନବ ଜନ୍ମ ମାତ୍ରକେ ମୃତ୍ୟୁ ସୁନିଶ୍ଚିତ । କିନ୍ତୁ ଭଗବାନ ତାଙ୍କୁ ମାନବ ସମାଜରେ ଜନ୍ମ ଦେଇଥିବାରୁ ମୁଁ ବଞ୍ଚିଥିବା ଯାଏଁ ସମାଜସେବା ପ୍ରତି ଅବଦାନ ନିଶ୍ଚୟ ରହିବ ବୋଲି ମତପ୍ରକାଶ କରିଥିଲେ । ସମସ୍ତ ବୃଦ୍ଧାଶ୍ରମର ସଦସ୍ୟ ତାଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ । ପରେ ସେ ପଶ୍ଚିମ ଓଡିଶାର ପ୍ରସିଦ୍ଧ ତୀର୍ଥକ୍ଷେତ୍ର ନୃସିଂହନାଥ ମନ୍ଦିରକୁ ଯାଇ ପ୍ରଭୁଙ୍କୁ ଦର୍ଶନ କରିଥିଲେ । ଏହି ସବୁ ଦୃଷ୍ଟିରୁ ପ୍ରକୃତି ପ୍ରେମୀ ପ୍ରଫୁଲ୍ଲ ମାକରଙ୍କ ପରିବାରର ଶାଳୀନତା ଓ ବ୍ୟବହାରରୁ ଜଣାପଡେ ଯେ, ତାଙ୍କର ଉଦାରବାଦୀ ହୃଦୟକୁ । ତାଙ୍କର କର୍ମ ଓ ନିଷ୍ଠା ବଳରେ ତାଙ୍କର ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରି ପାରିଛନ୍ତି ପ୍ରକୃତି ପ୍ରେମୀ ପ୍ରଫୁଲ୍ଲ ମାକର ।

jittmm
Leave A Reply

Your email address will not be published.