ଆର୍ମି ଏୟାର ଡିଫେନ୍ସ କଲେଜରେ ଅଗ୍ନିଭର୍ସଙ୍କ ଦକ୍ଷତାର ସହ ଫାୟାରିଂରେ ସଫଳତା

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଗୋପାଳପୁର ବେଳାଭୂମି ତଟ ସ୍ଥିତ ଗୋଳାବନ୍ଧ ମିଲଟାରୀ ଷ୍ଟେସନଠାରେ ଅବସ୍ଥାପିତ ଆର୍ମି ଏୟାର ଡିଫେନ୍ସ କଲେଜରେ ଅଗ୍ନିଭର୍ସଙ୍କ ଦକ୍ଷତା ପରୀକ୍ଷା ଫାୟାରିଂରେ ସଫଳତା ହୋଇଛି । ଆର୍ମି ଏୟାର ଡିଫେନ୍ସ ଅଗ୍ନିଭର୍ସଙ୍କ ଅଗ୍ରଗାମୀ ବ୍ୟାଚ୍ ଗୋପାଳପୁର ଆର୍ମି ଏୟାର ଡିଫେନ୍ସ ସେଣ୍ଟରରେ ପ୍ରଶିକ୍ଷଣ ନେଉଥିବା ସୈନିକମାନଙ୍କର ତାଲିମ ଶେଷ ପର୍ଯ୍ୟାୟରେ ପହଞ୍ଚିଛି । ଏହି ଅବସରରେ ଶୁକ୍ରବାର ଗୋପାଳପୁର ସମୁଦ୍ର କୂଳରେ ଫାୟାରିଂ ରେଞ୍ଜ ପ୍ରଶିକ୍ଷଣ ଦିଆୟାଇଥିଲା । ସମସ୍ତ ଅଗ୍ନିଭର୍ସ ସୈନିକଗଣ ଫାୟାରିଂ ପ୍ରଶିକ୍ଷଣଟିକୁ ସଫଳ କରାଇ ଏକ ମାଇଲ ଖୁଣ୍ଟରେ ପହଞ୍ଚିଛନ୍ତି । ଦୀର୍ଘ ଦିନ ଧରି ସେମାନେ ଗ୍ରହଣ କରୁଥିବା ପ୍ରଶିକ୍ଷଣ ଆଗାମୀ ଅଗଷ୍ଟ ୫ ତାରିଖ ଦିନ ଶେଷ ହେବାକୁ ଯାଉଛି । ସମସ୍ତ ଅଗ୍ନିଭର୍ସ ସୈନିକଗଣ ପାସ୍‌ ଆଉଟ୍ ହୋଇ ନିଜ ନିଜ କାର୍ଯ୍ୟକ୍ଷେତ୍ରରେ ସକ୍ରିୟ ଭାବେ ଯୋଗଦାନ କରିବା ନିମନ୍ତେ ପ୍ରସ୍ତୁତ ଅଛନ୍ତି ବୋଲି ଆର୍ମି ଅଧିକାରୀ ରୋହିତ ଦାଶ ମତବ୍ୟକ୍ତ କରିଛନ୍ତି ।

Leave A Reply

Your email address will not be published.