jayashree

ମଦନପୁର ସାପ୍ତାହିକ ବଜାର କାଦୁଅ ସରସର, ଖାଲ ଖମାରେ ଭର୍ତ୍ତି

କଳାହାଣ୍ଡି, (ପି.କେ. ସାହୁ) : କଳାହାଣ୍ଡି ଜିଲ୍ଲା ମ. ରାମପୁର ବ୍ଲକ ମଦନପୁର ସାପ୍ତାହିକ ବଜାର ଅଞ୍ଚଳର ବହୁ ପୁରୁଣା ବଜାର । ଏହି ବଜାର ଉପରେ ଆଖପାଖ ଅଞ୍ଚଳର ବହୁ ଲୋକ ନିର୍ଭର କରୁଥିବା ବେଳେ ବଲାଙ୍ଗିର, ବୌଦ୍ଧ, ଫୁଲବାଣୀ କଳାହାଣ୍ଡିର ବେପାରୀମାନେ ବ୍ୟବସାୟ କରିଥାନ୍ତି । ଉକ୍ତ ବଜାର ସାମନା ରାସ୍ତା କାଦୁଅ ସରସର ଓ ଖାଲ ଖମାରେ ଭର୍ତ୍ତି, ବୁଧବାର ବଜାରକୁ ଆସୁଥିବା ଲୋକ ଓ ଦୋକାନୀଙ୍କୁ ନାହିଁ ନଥିବା ଅସୁବିଧାର ସମ୍ମୁଖିନ ହେବାକୁ ପଡୁଛି । ପୁଣି ଉକ୍ତ ରାସ୍ତା ଦେଇ ବୋରିଘାଟ, ପେଣ୍ଡରା, ବେଲୁର, ବାଲିଗୁଡା, ବେନାଗୁଡା ଅଞ୍ଚଳର ସହ ସହ ଜନସାଧାରଣ ନିର୍ଭର କରିଥାନ୍ତି । ଏଣୁ ଉକ୍ତ କାଦୁଅ ଓ ଖାଲ ଖମା ଭର୍ତ୍ତି ରାସ୍ତା ଓ ବଜାର ସ୍ଥାନ ମରାମତି ପାଇଁ ତୁରନ୍ତ ପଦକ୍ଷେପ ନେଇ କଂକ୍ରିଟ କରିବାକୁ ବୁଦ୍ଧିଜୀବୀ, ଦୋକାନୀ ଓ ଅଞ୍ଚଳବାସୀ ବ୍ଲକ ପ୍ରଶାସନକୁ ଅନୁରୋଧ କରିଛନ୍ତି ।

Leave A Reply

Your email address will not be published.