ଗାନ୍ଧୀନଗରପଡାରୁ ମହିଳା ନିଖୋଜ

ବଲାଙ୍ଗିର, (କେପିଏ୍‌ଏସ୍‌) : ଆଜି ସ୍ଥାନୀୟ ଗାନ୍ଧୀନଗରପଡାରୁ ଜଣେ ମହିଳା ନିଖୋଜ ହୋଇଯାଇଥିବା ଜଣାପଡିଛି । ମହିଳା ଜଣକ ସଇଁନ୍ତଲା ବ୍ଲକ ଅନ୍ତର୍ଗତ ଡୁଙ୍ଗୁରିପାଲି ଗାଁର ଦେବକୀ ସାହୁ(୫୦) ବୋଲି ଜଣାପଡିଛି । ସୂଚନା ଅନୁସାରେ ଦେବକୀ ସାହୁ ସହରର ଗାନ୍ଧୀନଗରପଡା ସ୍ଥିତ ସାହୁ ମେଡିକାଲକୁ ଆସିଥିବା ବେଳେ ସେଠାରୁ କେଉଁଆଡେ ଚାଲିଯାଇଛନ୍ତି । ସେ ଏକ ଲାଲ୍‌ ରଙ୍ଗର ସମ୍ବଲପୁରୀ ଶାଢୀ ପିନ୍ଧିଛନ୍ତି । ତେବେ ଯେକୌଣସି ସହୃଦୟ ବ୍ୟକ୍ତି ତାଙ୍କୁ ଦେଖିଲେ ମେବାଇଲ୍‌ ନମ୍ବର ୯୯୩୮୫୩୩୪୪୨କୁ ଯୋଗାଯୋଗ କରିବା ପାଇଁ ତାଙ୍କ ସ୍ୱାମୀ ବରୁଣ ସାହୁ ଅନୁରୋଧ କରିଛନ୍ତି ।

Leave A Reply

Your email address will not be published.