ଟିଟିଲାଗଡ, ( ଗୌରବ ଦର୍ଜୀ) : ସିହିନୀ ଗାଁ ହାଇସ୍କୁଲ୍ ଖେଳ ପଡିଆରେ ଆୟୋଜିତ ହେଉଥିବା କ୍ରିକେଟ ଟୁର୍ଣ୍ଣାମେଣ୍ଟ ଗତକାଲି ସମାପନ ହୋଇଯାଇଛି । ଡିସେମ୍ବର ୪ ତାରିଖରୁ ଆରମ୍ଭ ହୋଇଥିବା ଏହି ଟୁର୍ଣ୍ଣାମେଣ୍ଟ ସିହିନୀ ଗ୍ରାମପଞ୍ଚାୟତ କ୍ରିକେଟ କ୍ଳବ୍ ସଭାପତି ମାଧବ ତାଣ୍ଡି, ସମ୍ପାଦକ କୁବେର ନାଗ ଓ କମିଟି ସଦସ୍ୟ ହେମରାଜ, ଅମୂଲ୍ୟ, ଦିନେଶ, ପିଣ୍ଟୁ, ରାଧେ, ଆକାଶ, ପୂର୍ଣ୍ଣ, ମଣ୍ଟୁ ଆଦି ଆୟୋଜନ କରିଥିଲା । ଏଥିରେ କେନ୍ଦୁମୁଣ୍ଡି, ଲେଂଝା, ବିଜେପୁର, କନାବିରା, ସେବତିପଡ଼ା, ବିନେକେଲା, ଧରପଗଡ, ସିହିନି, ତିତୋଲପଡା, କନିଝୁରି, ମାଲିଝର, ଗୁଞ୍ଚିତରା, ନାନାଝର୍, ପୁଡ଼ାପଦର୍, ଡଙ୍ଗରପଡ଼ା ଆଦି ଗାଁର କ୍ରିକେଟ ଟିମ୍ ମାନେ ଯୋଗ ଦେଇଥିଲେ। ବିଜେତାଙ୍କ ପାଇଁ ୧୧,୧୧୧/- ଟଙ୍କା ଓ ରନର ପାଇଁ ୬,୬୬୬/- ଟଙ୍କା ପୁରସ୍କାର ରାଶି ରଖା ଯାଇଥିଲା।
ଗତକାଲି ୮ ଡିସେମ୍ବର ଦିନ ଫାଇନାଲ ମ୍ୟାଚ୍ ମାଲିଝର୍ ଓ ସେବତିପଡା ମଧ୍ୟରେ ଅନୁଷ୍ଠିତ ହୋଇଥିଲା । ମାଲିଝର ପ୍ରଥମେ ବ୍ୟାଟିଂ କରି ଛଅ ଓଭରରେ ୪୨ ରନ କରି ୯ ୱିକେଟ ହରାଇଥିବା ବେଳେ ସେବତିପଡା ୫ ଓଭର ୩ ବଲରେ ବିଜୟ ଲାଭ କରିଥିଲା । ସେବତିପଡା ଟିମ୍ ର ନବୀନ ମ୍ୟାନ ଅଫ ଦି ମ୍ୟାଚ୍ ଓ ମାଲିଝର୍ ଟିମ୍ ର ସଭ୍ୟ ମ୍ୟାନ ଅଫ ଦି ସିରିଜ୍ ପାଇଥିଲେ। ଫାଇନାଲ ମ୍ୟାଚରେ ମୁଖ୍ୟ ଅତିଥି ରାଜା ଭାଇ (ହିବଜୁଲ), ସମ୍ମାନୀୟ ଅତିଥି ସୁମନ୍ତ ସାହୁ, ରାଜେଶ ପ୍ରଧାନ, ଆଶିନ ହେର୍ଣା, ବିଷ୍ଣୁ ମାଝୀ, ଗଜିନ ଛତର ଓ ଭାସ୍କର ଖର୍ସେଲ ଆଦି ଯୋଗ ଦେଇଥିଲେ ।