pakka

ଭାରସାମ୍ୟ ହରାଇ ପୋଲ ତଳକୁ ଓଲଟିପଡ଼ିଲା ପିକଅପ୍ ଭ୍ୟାନ

bbehera

ପାଟଣାଗଡ଼, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲା ପାଟଣାଗଡ଼ – କଣ୍ଟାବାଞ୍ଜି ମୁଖ୍ୟ ରାସ୍ତାରେ ଥିବା କପାଣି ଗ୍ରାମ ନିକଟସ୍ଥ ଏକ ପୋଲ ଉପରୁ ପିକଅପ୍ ଭ୍ୟାନ ତଳକୁ ଓଲଟି ପଡ଼ିଥିବା ବେଳେ ବଡ଼ ଦୁର୍ଘଟଣାରୁ ବର୍ତ୍ତି ଯାଇଥିବା ଜଣାପଡିଛି। ବେଲପଡା ବ୍ଲକ୍‌ କପାଣି ପଞ୍ଚାୟତ ଅନ୍ତର୍ଗତ ବୁଦାମୁଣ୍ଡା ଗ୍ରାମରୁ ଟୋଲ ତେଲ ପେଡ଼ାଇବା ପାଇଁ ପାଟଣାଗଡ଼ ବ୍ଲକ୍‌ ଖୁଟୁନାପାଣି ଗ୍ରାମରେ ଥିବା ତେଲ ମିଲକୁ ଏକ ପିକଅପ୍ ଭ୍ୟାନ ଯୋଗେ ଯାଇଥିଲେ। ଖୁଟୁନାପାଣି ଗ୍ରାମରେ ତେଲ ପେଡ଼ାଇ ଉକ୍ତ ଭ୍ୟାନରେ ତେଲ ନେଇ ଫେରୁଥିବା ବେଳେ କପାଣି ଗ୍ରାମ ନିକଟରେ ଥିବା ପୋଲଠାରେ ଭାରସାମ୍ୟ ହରାଇ ତଳକୁ ଓଲଟି ପଡ଼ିଥିଲା। ତେବେ ଗାଡ଼ିଟି ଓଲଟି ପଡିଥିବା ବେଳେ ଏଥିରେ ବସିଥିବା ୭ ଜଣ ସାମାନ୍ୟ ଆହତ ହୋଇଥିବା ଜଣାପଡ଼ିଛି। ସୂଚନା ପାଇ ତେଲ ମାଲିକ ଜେସିବି ନେଇ ତାଙ୍କ ପିକଅପ୍ ଭ୍ୟାନକୁ ଉଦ୍ଧାର କରିଥିବା ବେଳେ ଭ୍ୟାନରେ ବସିଥିବା ୭ ଜଣ ନିଜ ନିଜ ଘରକୁ ଯାଇ ସାରିଥିବା ଜଣାପଡ଼ିଛି। ଅପର ପକ୍ଷରେ ବେଲପଡ଼ା ଥାନା ପୁଲିସ ସୂଚନା ପାଇ ବର୍ତ୍ତମାନ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ କରୁଥିବା ଜଣାପଡ଼ିଛି।

jay balangir
Leave A Reply

Your email address will not be published.

nineteen − three =