oom

ଧରଣୀପୀଠର ଶୁଭ ପ୍ରତିଷ୍ଠା ଅବସରରେ ଯୋଗ ଦେଲେ ରାଜ୍ୟସଭା ସାଂସଦ ନିରଞ୍ଜନ ବିଶି

jsmm

ଟିଟିଲାଗଡ଼, (ସଞ୍ଜୟ କୁମାର ନାୟକ) : ବାଙ୍କେଲ ଗାଁ ସ୍ଥିତ ଆଦିବାସୀ କନ୍ଧମାନଙ୍କ ଇଷ୍ଟ ଦେବୀ ଧରଣୀପୀଠର ନବୀକରଣ ଏବଂ ସୌନ୍ଦର୍ଯ୍ୟକରଣ ପାଇଁ ରାଜ୍ୟସଭା ସାଂସଦ ନିରଞ୍ଜନ ବିଶିଙ୍କ ସାଂସଦ ବିକାଶ ପାଣ୍ଠିରୁ ଅନୁଦାନ ମିଳିବା ପରେ ନିର୍ମାଣ କାର୍ଯ୍ୟ ଆରମ୍ଭ କରାଯାଇଥିଲା । ନିର୍ମାଣ କାର୍ଯ୍ୟ ପରେ ଧରଣୀ ପୀଠର ପ୍ରତିଷ୍ଠା ପାଇଁ ଏକ ଯାତ୍ରାର ଆୟୋଜନ କରାଯାଇଥିଲା । ଏହି ଯାତ୍ରା ଅବସରରେ ସେହି ପୀଠର ଫିତା କାଟି ଶୁଭ ଉଦ୍‌ଘାଟନ କରିଥିଲେ ସାଂସଦ ଶ୍ରୀ ବିଶି । ଆଦିବାସୀ ପରମ୍ପରା ଅନ୍ତର୍ଗତ ଦେବୀ ପୀଠର ଯାନୀ, ଝାଙ୍କର ଏବଂ ଦେହେରୀ ପୂଜାବିଧି କାର୍ଯ୍ୟ କରିଥିଲେ । ଦେହେରୀ ଦେହରେ ଦେବୀ ପ୍ରବେଶ କରିବା ପରେ ଆଦିବାସୀ ଏବଂ ଗ୍ରାମବାସୀଙ୍କ ମଙ୍ଗଳ ପାଇଁ ମା’ ଜାଡେନ ସୁଭାଶୀର୍ବାଦ ପ୍ରଦାନ କରିଥିଲେ । ଉକ୍ତ ଯାତ୍ରାରେ ମୁରିବାହାଲ ବ୍ଲକ ଚେୟାରମ୍ୟାନ ହରିବନ୍ଧୁ ମେହେର, ପଶ୍ଚିମ ଓଡିଶା ଆଦିବାସୀ କଲ୍ୟାଣ ମହାସଂଘର ସାଧାରଣ ସମ୍ପାଦକ ବାଳକୃଷ୍ଣ ଶବର, ନୂଆପଡା ଜିଲ୍ଲା ପରିଷଦ ଉପାଧ୍ୟକ୍ଷ ଭାନୁ ପ୍ରତାପ ସିଂ ମାଝି, ଜିଲ୍ଲା ଆଦିବାସୀ କଲ୍ୟାଣ ସଂଘ ବଲାଙ୍ଗିରର ଉପସଭାପତି ବିସିକେଶନ ଯାନୀ, ମୁରିବାହାଲ କାର୍ଯ୍ୟକାରୀ ସଭାପତି ରାଜୀବ କୁଅଁର, ପାର୍ଥ ପ୍ରଧାନୀ, ତପନ ପ୍ରଧାନୀ, ପତ୍ରଙ୍ଗି ମାଝି, ସଂକୀର୍ତ୍ତନ ଶିକା, ସାଂସଦ ପ୍ରତିନିଧି ଶ୍ରୀ ଦାଶ ସହିତ ଗ୍ରାମବାସୀ ଉପସ୍ଥିତ ଥିଲେ ।

jittmm
Leave A Reply

Your email address will not be published.