ରୋଟାରୀ କ୍ଲବ୍‌ ରାଉରକେଲା ଷ୍ଟିଲ୍‌ ସିଟି ତରଫରୁ ବୃକ୍ଷରୋପଣ କାର୍ଯ୍ୟକ୍ରମ

ରାଉରକେଲା, (ସସ୍ମିତା ପ୍ରଧାନ) : ରୋଟାରୀ କ୍ଲବ୍‌ ରାଉରକେଲା ଷ୍ଟିଲ୍‌ ସିଟି ଓ ସେକ୍ଟର ୧୬ର ରୋଟ୍ରାକ୍ଟ କ୍ଲବ୍‌ ଡିଏଭି ପବ୍ଲିକ୍ ସ୍କୁଲର ମିଳିତ ଆନୁକୂଲ୍ୟରେ ସ୍କୁଲ ପରିସରରେ ବୃକ୍ଷରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ବନୀକରଣ ସପ୍ତାହ ପାଳନ ଅବସରରେ ବିଦ୍ୟାଳୟର ଅଧ୍ୟକ୍ଷା ଜସବିନ୍ଦର କୌରଙ୍କ ସଭାପତିତ୍ୱରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଇଣ୍ଟ୍ରାକ୍ଟ କ୍ଲବ୍‌ର ଗାଇଡ ଶିକ୍ଷୟିତ୍ରୀ ମମତା ମିଶ୍ର, ସଭାପତି ଅଂଶିଦା ଆଲିସା, ଉପସଭାପତି ସଂପ୍ରୀତି ବେହେରା ତଥା ଅନ୍ୟ ସଦସ୍ୟଗଣଙ୍କ ସହ ଷ୍ଟିଲ୍‌ ସିଟିର ସଭାପତି ରୋଟାରୀଆନ୍‌ ପୁତୁଲ ରାହୁଲ, ସଂପାଦିକା ରୋଟାରୀଆନ୍‌ ଅର୍ଚ୍ଚନା ମହାନ୍ତିଙ୍କ ସମେତ ରୋଟାରୀଆନ୍‌ ଅଞ୍ଜଳି ଶତପଥୀ, ପି.କେ ପତି, ସରିତା ମଲ୍ଲ, ସଂଧ୍ୟା ସାହୁ, ଚମ୍ପାବତୀ ଅମାତ, ମନିଦୀପା ଆଚାର୍ଯ୍ୟ, ରଶ୍ମି ନାୟକ ପ୍ରମୁଖ ଉପସ୍ଥିତ ରହି ବୃକ୍ଷରୋପଣ କାର୍ଯ୍ୟରେ ସହଯୋଗ କରିଥିଲେ । ସେହିପରି ରୋଟ୍ରାକ୍ଟଙ୍କ ମଧ୍ୟରେ ଏକ ସଭାର ଆୟୋଜନ କରାଯାଇ ବୃକ୍ଷରୋପଣର ଆବଶ୍ୟକତା ଓ ପରିବେଶ ପାଇଁ ଏହାର ଉପଯୋଗିତା ସଂପର୍କରେ ଆଲୋଚନା କରାଯିବା ସହ ସାଂସ୍କୃତିକ କାର୍ଯ୍ୟକ୍ରମ କରାଯାଇଥିଲା । ଏହି ସମସ୍ତ କାର୍ଯ୍ୟକ୍ରମରେ ବିଦ୍ୟାଳୟର ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ଛାତ୍ରଛାତ୍ରୀମାନେ ସହଯୋଗ କରିବା ସହ ଜାମୁ, ଡାଳିମ୍ବ, ପଣସ, ଆମ୍ବ, ଲିଚୁ, ଡିମିରି ଆଦି ବୃକ୍ଷରୋପଣ କରିଥିଲେ ।

Leave A Reply

Your email address will not be published.