oom

ତୁରେକେଲା ଗୋଷ୍ଠୀ ଶିକ୍ଷା ଅଧିକାରୀଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା

jsmm

ତୁରେକେଲା, (କୌଳାଶ ସଗ୍ରିଆ) : ବଲାଙ୍ଗିର ଜିଲ୍ଲା ତୁରେକେଲା ଗୋଷ୍ଠୀ ଶିକ୍ଷା କାର୍ଯ୍ୟାଳୟରେ ନୂତନ ଭାବେ ଯୋଗଦାନ କରିଥିବା ଗୋଷ୍ଠୀ ଶିକ୍ଷା ଅଧିକାରୀ ଜୟନ୍ତ ପ୍ରଧାନ ମହୋଦୟଙ୍କୁ ତୁରେକେଲା ବ୍ଲକ ଶାରୀରିକ ଶିକ୍ଷା ଶିକ୍ଷକ ସଙ୍ଘ ତରଫରୁ ସ୍ୱାଗତ ସମ୍ବର୍ଦ୍ଧନା ଦିଆଯାଇଛି । ସୂଚନାଯୋଗ୍ୟ ଯେ, ଶ୍ରୀ ପ୍ରଧାନ ପୂର୍ବରୁ ବଙ୍ଗୋମୁଣ୍ଡା ବ୍ଲକରେ ଅତିରିକ୍ତ ଗୋଷ୍ଠୀ ଶିକ୍ଷା ଅଧିକାରୀ ଭାବରେ କାର୍ଯ୍ୟ କରୁଥିଲେ । ସେ ପଦୋନ୍ନତି ପାଇ ତୁରେକେଲା ଗୋଷ୍ଠୀ ଶିକ୍ଷା ଅଧିକାରୀ ଭାବରେ ଯୋଗଦାନ କରିଛନ୍ତି । ଏହି କାର୍ଯ୍ୟକ୍ରମରେ ତୁରେକେଲା ବ୍ଲକ ବିଦ୍ୟାଳୟ କ୍ରୀଡା ସଂସଦ ସମ୍ପାଦକ ଦିଲୀପ କୁମାର ଧରୁଆ, ଶାରୀରିକ ଶିକ୍ଷା ଶିକ୍ଷକ ସଙ୍ଘ ସଭାପତି ରାଜେନ୍ଦ୍ର ଧରୁଆ, ଗଇନ୍ଦିମାଲ ଉଚ୍ଚ ବିଦ୍ୟାଳୟର ପ୍ରଧାନଶିକ୍ଷକ ସୁବାଷ ଚନ୍ଦ୍ର ପଟେଲ, କ୍ରୀଡା ଶିକ୍ଷକ ଶୁଭେନ୍ଦ୍ର ମହାନ୍ତି, ସୌମ୍ୟ ରଞ୍ଜନ ପାଣିଗ୍ରାହୀ, କୃଷ୍ଣଚନ୍ଦ୍ର ବାରିକ, ମନୋଜ ମହାପାତ୍ର, ହରିବନ୍ଧୁ ମେହେର, ପ୍ରଶାନ୍ତ ମେହେର, ଉପେନ୍ଦ୍ର ଚନ୍ଦନ, ତୁଲାରାମ ସଗ୍ରିଆ, ବାବୁଲାଲ ନାଏକ, ପଦ୍ମନାଭ ନିଆଲ, ବିନୟ ମେହେର, ଜିତେନ୍ଦ୍ର ନାଏକ, ଆଶିଷ ବେହେରା, ସୁଶାନ୍ତ ରାଉତ ସମେତ ସମସ୍ତ ପିଇଟି ଓ ପିଇଆଇ ଶିକ୍ଷକ ଯୋଗଦାନ କରି ନୂତନ ବିଇଓଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା କରିଥିଲେ ।

jittmm
Leave A Reply

Your email address will not be published.