ଟିଟିଲାଗଡ଼ ଲାୟନ୍ସ କ୍ଲବ୍‌ ତରଫରୁ ଦେସିଲ ସ୍ଥିତ ବୃଦ୍ଧାଶ୍ରମଠାରେ କରାଗଲା ବୃକ୍ଷରୋପଣ

ଟିଟିଲାଗଡ଼,(ସଞ୍ଜୟ କୁମାର ନାୟକ) : ପ୍ରତିବର୍ଷ ଭଳି ଚଳିତ ବର୍ଷ ମଧ୍ୟ ଟିଟିଲାଗଡ଼ ଲାୟନ୍ସ କ୍ଲବ୍‌ ତରଫରୁ ବିଭିନ୍ନ କାର୍ଯ୍ୟକ୍ରମ ହାତକୁ ନିଆଯାଉଛି । ସଭାପତି ସନ୍ତୋଷ ମହାନ୍ତିଙ୍କ ସଭାପତିତ୍ବରେ ଲାୟନ୍ସ କ୍ଲବ୍‌ ଦ୍ୱାରା ପରିଚାଳିତ ଦେସିଲ ସ୍ଥିତ ବୃଦ୍ଧାଶ୍ରମରେ ବୃକ୍ଷରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଅଛି । ବୃକ୍ଷରୋପଣ ସରିବା ପରେ ବୃଦ୍ଧାଶ୍ରମରେ ରହୁଥିବା ଲୋକଙ୍କୁ ଫଳମୂଳ ବଣ୍ଟନ କରାଯାଇଥିଲା ।

ବିଭିନ୍ନ ପ୍ରକାରର ବୃକ୍ଷକୁ ଅଣାଯାଇ କ୍ଲବର ସଦସ୍ୟଙ୍କ ଦ୍ୱାରା ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । କ୍ଲବ୍‌ର ସଂପାଦକ ଅଜିତ ପାତ୍ର, ରିଜିଓନାଲ ଚେୟାର ପର୍ସନ ଦୀପକ ପୃଷ୍ଟି, ପୁର୍ବତନ ସଭାପତି ଶ୍ରୀମତି ବିନ୍ଦୁ ସାହୁ, ଲିଙ୍ଗରାଜ ସାହୁ, ଲାୟନ ଗୋପାଳ ଲାଠ, ଲଳିତା ଲାଠ, ମଦନ ପୃଷ୍ଟି, ଗଙ୍ଗାଧର ଶର୍ମା, ଲିଓ କ୍ଲବ୍‌ ସଭାପତି ଏମ୍‌ଡି ରିହାନ, ଉପସଭାପତି ସ୍ୱରୂପ ସାହୁ, କୋଷଧ୍ଧକ୍ଷ ଶଙ୍କର ପ୍ରଧାନ, ୟସ ପଣ୍ଡା, ଅଙ୍କିତ ଗୁପ୍ତା, ଏମ୍‌ଡି ଶାହିଲ ମେମନ, କ୍ଲବର ମିଡ଼ିଆ ଚେୟାର ପର୍ସନ ସଞ୍ଜୟ କୁମାର ନାୟକ ପ୍ରମୁଖ ଉପସ୍ଥିତ ରହି ଏହି ବୃକ୍ଷରୋପଣ କାର୍ଯ୍ୟକ୍ରମରେ ସାମିଲ ହୋଇଥିଲେ । କ୍ଲବ୍‌ର ନୂତନ ସଦସ୍ୟ ଦୀପକ ଜୈନ ନିଜ ସପତ୍ନି ବବି ଜୈନଙ୍କ ସହ ଆସି ଏହି କାର୍ଯ୍ୟକ୍ରମରେ ଆସି ସାମିଲ ହୋଇଥିଲେ । କ୍ଲବ୍ ସଭାପତି ଉଭୟଙ୍କୁ ସ୍ୱଗତ କରିଥିଲେ, ଆଗକୁ ଆଉ ନୂତନ ପ୍ରୋଜେକ୍ଟ କରାଯିବା ନେଇ ସଭାପତି ସନ୍ତୋଷ ମହାନ୍ତି ସୂଚନା ଦେଇଛନ୍ତି ।

Leave A Reply

Your email address will not be published.