csstore

କେନ୍ଦ୍ର ସରକାର ୟୁସିସି ପ୍ରତ୍ୟାହାର ଦାବୀରେ, ଆଦିବାସୀ କଲ୍ୟାଣ ସଂଘ ତରଫରୁ ରାଷ୍ଟ୍ରପତିଙ୍କ ଉଦେଶ୍ୟରେ ଦାବିପତ୍ର

ସଇଁତଲା, (ପ୍ରମୋଦ ସେଲମା) : କେନ୍ଦ୍ର ସରକାର ୟୁସିସି ପ୍ରତ୍ୟାହାର ଦାବୀରେ ସଇଁତଲା ବ୍ଲକ ଆଦିବାସୀ କଲ୍ୟାଣୀ ସଂଘ ତରଫରୁ ବିଡିଓଙ୍କ ଜରିଆରେ ରାଷ୍ଟ୍ରପତିଙ୍କୁ ଦାବୀପତ୍ର ପ୍ରଦାନ କରାଯାଇଛି କ୍ଷ ପଶ୍ଚିମ ଓଡିଶା ଆଦିବାସୀ କଲ୍ୟାଣ ସଂଘର ଆହ୍ୱାନ କ୍ରମେ ବୁଧବାର ଦିନ ସଇଁତଲା ବ୍ଲକ ଆଦିବାସୀ କଲ୍ୟାଣ ସଂଘ ସଭାପତି ସନ୍ତୋଷ ପୁଟାଙ୍କ ନେତୃତ୍ୱରେ ସଇଁତଲା ଇଷ୍ଟଦେଵୀ ଚଣ୍ଡେଶ୍ୱରୀ ମନ୍ଦିର ଠାରେ ଆଦିବାସୀମାନେ ଏକତ୍ରିତ ହୋଇ ମାଁ ଚଣ୍ଡେଶ୍ୱରୀଙ୍କ ପୀଠରେ ପୂଜାର୍ଚନା ପରେ ପାରମ୍ପାରିକ ଅସ୍ତ୍ରଶସ୍ତ୍ର ଧରି ଏକ ଶୋଭାଯାତ୍ରାରେ ବ୍ଲକ କାର୍ଯ୍ୟାଳୟକୁ ପହଂଚିଥିଲେ । ଏଥିରେ ସଇଁତଲା ବିଡ଼ିଓ ଚନ୍ଦ୍ରମଣି ନାଗଙ୍କୁ ଦାବିପତ୍ର ପ୍ରଦାନ କରିଥିଲେ । କେନ୍ଦ୍ର ସରକାରର ୟୁସିସି ବିଲ ପାରିତକଲେ, ଆଦିବାସୀମାନଙ୍କ ହକରୁ ବଞ୍ଚିତ ହେବା ସହ ଏହି ବିଲ ପାସ୍‌ ହେଲେ ଆଦିବାସୀମାନେ ଅସୁବିଧାର ସମ୍ମୁଖୀନ ହେବେ ବୋଲି ଦାବୀପତ୍ରରେ ଉଲ୍ଲେଖ ରହିଛି । ଏହି ସମୟରେ ଜିଲ୍ଲା ଆଦିବାସୀ କଲ୍ୟାଣ ସଂଘ ସଭାପତି ଶ୍ୟାମସୁନ୍ଦର ଭୋଇ, ବ୍ଲକ୍‌ ସମ୍ପାଦକ ଟଙ୍କଧର ଧରୁଆ, ସହ ସମ୍ପାଦକ ଧନୀରାମ ଭୋଇ, ବ୍ଲକ ସଂଯୋଜିକା ପ୍ରମିଳା ଭୋଇ, ବୈକୁଣ୍ଠ ମାଝୀ, କଳ୍ପନା ମିର୍ଦ୍ଧା, ରୁନୁ ଭୋଇ, ପ୍ରମିଳା ବୁଡ଼େକ, କ୍ଷୀରବତୀ ଭୋଇ, ଉପମା ଭୋଇ, ହେମବତୀ ମାଝୀ, ନିଳେନ୍ଦ୍ରି ଭୋଇ, ବୃନ୍ଦାବତୀ ଧରୁଆ, ସପୁର ଭୋଇ, ଗଣେଶ ଭୋଇ, ଭୁଜରାଜ ଧରୁଆ, ବନ ବିହାରୀ ମିର୍ଦ୍ଧା, କଳାକାର ଧରୁଆ, ମୋହନ ନାଏକ, ନୀଳାମ୍ବର ଭୋଇ, ଭିକାରି ଭୋଇ, ଚୂଡ଼ାମଣି ମାଝୀ, ମକାରୁ ବୁଡ଼େକ, ମାୟାଧର ଭୋଇ, ଟିକେଶ୍ୱର କଅଁର, କନ୍ଦର୍ପ ଭୋଇଙ୍କ ସମେତ ଶତାଧିକ ଆଦିବାସୀ ମହିଳା ଓ ପୁରୁଷ ସାମିଲ ହୋଇଥିଲେ । ଏହାକୁ ଦୃଷ୍ଟିରେ ରଖି ସଇଁତଲା ଥାନା ଏଏସ୍‌ଆଇ ଥବିର ମହାରଣାଙ୍କ ତତ୍ତ୍ୱବଧାନରେ ବ୍ୟାପକ ପୋଲିସ ମୁତୟନ ହୋଇଥିଲେ ।

jayashree
Leave A Reply

Your email address will not be published.