oom

ସ୍ୱୟଂ ସହାୟିକା ଗୋଷ୍ଠୀଙ୍କ ଋଣ ଓ ଫେରସ୍ତ ବ୍ୟବସ୍ତା ଉପରେ ସଚେତନତା କାର୍ଯ୍ୟକ୍ରମ

jsmm

ଲୋଇସିଂହା,(ବିମଳେନ୍ଦ ସାହୁ) : ଆଗଲପୁର ବ୍ଲକ୍‌ ଭରସୁଜା କଲ୍ୟାଣମଣ୍ଡପ ଠାରେ ମିଶନଶକ୍ତି ତରଫରୁ ସ୍ୱୟଂ ସହାୟିକା ଦଳର ସଭ୍ୟାଙ୍କୁ ନେଇ ବ୍ୟାଙ୍କଋଣ ଓ ଋଣ ଫେରସ୍ତ ଉପରେ ଏକ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି । ଏଥିରେ ଭରସୁଜା ଓ ଝରନିପାଲି ପଂଚାୟତର ୩୫ଗୋଟି ଦଳ ଅଂଶଗ୍ରହଣ କରିଥିଲେ । ମିଶନଶକ୍ତି ବ୍ଲକ ସଂଯୋଜକ ଶ୍ରୀ ଷଡ଼ଙ୍ଗୀଙ୍କ ସଂଯୋଜନାରେ ଏଥିରେ ମୁଖ୍ୟ ଅତିଥି ଭାବେ ଆଗଲପୁର ସିଡ଼ିପିଓ ୟୋତିର୍ମୟୀ ନାଏକ ଯୋଗ ଦେଇଥିବା ବେଳେ ସମ୍ମାନିତ ଅତିଥି ଭାବେ ବ୍ଲକ ଉପାଧ୍ୟାକ୍ଷା ନିରୁପମା ସାହୁ, ଉତ୍କଳ ଗ୍ରାମୀଣ ଶାଖା ପରିଚାଳକ ଦୁଷ୍ମନ୍ତ ନାଏକ, ସ୍ୱେଚ୍ଛାସେବୀ ସଂଗଠନ ପଲ୍ଲୀ ଆଲୋକ ପାଠାଗାର ନଅଗାଁ(ଖ)ର ପ୍ରଶାନ୍ତ କୁଅଁର, ପିଣ୍ଟୁ ପଧାନ ପ୍ରମୁଖ ଉପସ୍ଥିତ ରହି ଋଣ ନେବା ଓ ଫେରସ୍ତ କିପରି ଠିକ ହେବ ସେ ଉପରେ ପୁଙ୍ଖାନୁପୁଙ୍ଖ ଆଲୋକପାତ କରିଥିଲେ ।

jittmm
Leave A Reply

Your email address will not be published.