ଦେଉଳି ଉଚ୍ଚ ବିଦ୍ୟାଳୟ ସତିଭଟାଠାରେ ବନ ମହୋତ୍ସବ ପାଳନ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଅଧିନସ୍ଥ ଦେଉଳି ଉଚ୍ଚ ବିଦ୍ୟାଳୟ ସତିଭଟାଠାରେ ବନ ମହୋତ୍ସବ ପାଳନ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଭେଉଁରିଆ ପଞ୍ଚାୟତ ସରପଞ୍ଚ ଚୈତନ୍ୟ ଲୋହାର, ସମ୍ମାନିତ ଅତିଥି ଭାବେ ପ୍ରକୃତିବନ୍ଧୁ ମୀନକେତନ ସାହୁ ଯୋଗ ଦେଇଥିଲେ । ଏହି କାର୍ଯ୍ୟକ୍ରମରେ ସଭା ପରିଚାଳନା କରିଥିଲେ ଦିଲୀପ କୁମାର । ସଭାରେ ସମସ୍ତ ଶିକ୍ଷକ ଓ ଶିକ୍ଷୟତ୍ରୀ ଓ ସମସ୍ତ ଛାତ୍ରୀ ଛାତ୍ରୀ ଅଂଶଗ୍ରହଣ କରିଥିଲେ । ପରେ ସମସ୍ତେ ମିଶି ଗଛ ମଧ୍ୟ ଲଗାଇଥିଲେ । ମୁଖ୍ୟ ଅତିଥି ଭେଉଁରିଆ ସରପଞ୍ଚ ଚୈତନ୍ୟ ଲୋହାର ଛାତ୍ରଛାତ୍ରୀଙ୍କୁ ଗଛ ଲଗେଇବା ପରେ ତାର ଯତ୍ନ କିପରି ନେବେ ସେ ଉପରେ ମନ୍ତବ୍ୟ ଦେଇଥିବା ବେଳେ ପ୍ରକୃତି ବନ୍ଧୁ ପରିବେଶ ଉପରେ ଛାତ୍ରଛାତ୍ରୀଙ୍କୁ ନିଜର ବକ୍ତବ୍ୟ ଦେଇଥିଲେ । ପରିଶେଷରେ ଅକ୍ଷୟ କୁମାର ସାହୁ ଧନ୍ୟବାଦ ଦେଇଥିଲେ ।

Leave A Reply

Your email address will not be published.