csstore

ବ୍ରାହ୍ମଣ ସମାଜ ତରଫରୁ ସ୍ୱର୍ଗତ ଲକ୍ଷ୍ମୀ ନୃସିଂହ ଚୌଧୁରୀଙ୍କ ଆତ୍ମାର ସଦ୍‌ଗତି ପାଇଁ ଶୋକସଭା ଅନୁଷ୍ଠିତ

ଟିଟିଲାଗଡ଼, (ସଞ୍ଜୟ କୁମାର ନାୟକ) : ଟିଟିଲାଗଡ ମାଟିର ସୁସନ୍ତାନ ଲକ୍ଷ୍ମୀ ନୃସିଂହ ଚୌଧୁରୀଙ୍କ ନିଧନ ସୋମବାର ଦିନ ଅପରାହ୍ନରେ ହୋଇଯାଇଛି । ଏହି ଖବର ପ୍ରଚାରିତ ହେବା ପରେ ଅଞ୍ଚଳରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି । ବୁଧୁବାର ସଂଧ୍ୟାରେ ଟିଟିଲାଗଡ ବ୍ରାହ୍ମଣ ସମାଜର ସଭାପତି ବିଶ୍ୱରାମ ଠାକୁରଙ୍କ ସଭାପତିତ୍ୱରେ ସ୍ୱର୍ଗତ ଚୌଧୁରୀଙ୍କ ବିୟୋଗରେ ସ୍ଥାନୀୟ ଜଗନ୍ନାଥ ମନ୍ଦିର ପ୍ରାଙ୍ଗଣରେ ଏକ ଶୋକସଭା ଅନୁଷ୍ଠିତ ହୋଇଯାଇଅଛି । ସ୍ୱର୍ଗତ ଚୌଧୁରୀ ଦୀର୍ଘ ୬ ବର୍ଷ ହେବ ବ୍ରାହ୍ମଣ ସମାଜର ସମ୍ପାଦକ ଭାବରେ କାର୍ଯ୍ୟନିର୍ବାହ କରିଥିବା ବେଳେ ବର୍ତ୍ତମାନ ଉପଦେଷ୍ଟା ଭାବେ ଅବସ୍ଥାପିତ ହୋଇଥିଲେ । ସମାଜର ସମ୍ପାଦକ ବନମାଳୀ ଦାସ, ଉପସଭାପତି ରାଜେନ୍ଦ୍ର ନାରାୟଣ ମିଶ୍ର, ସୁବୋଧ ଦାସ, ସହ ସଂପାଦକ ମନଧର ପଣ୍ଡା, ଶୁକଦେବ ଯୋଶୀ, ଉପଦେଷ୍ଟା ରାଜୀବଲୋଚନ ପାଢୀ, ସଭ୍ୟ ସୁଶିଲ କୁମାର ମିଶ୍ର, ଚିନ୍ତାମଣି ମହାପାତ୍ର, ବିରେନ୍ଦ୍ର ପ୍ରସାଦ ଗୁରୁ, ସୋଭାକର ପୁରୋହିତ ପ୍ରଭୃତି ସଭ୍ୟମାନେ ସ୍ୱର୍ଗତ ଚୌଧୁରୀଙ୍କ ସ୍ମୃତିଚାରଣ କରିବା ସହ ସେ ଜଣେ ସରଳ, ଅମାୟିକ, ଛାତ୍ର ବତ୍ସଳ, ପରୋପକାରୀ ବ୍ୟକ୍ତି ଭାବରେ ବେଶ୍‌ ଜଣାଶୁଣା ବ୍ୟକ୍ତି ଥିବା କହିଥିଲେ । ଦୁଇ ମିନିଟ୍‌ ନିରବ ପ୍ରାର୍ଥନା କରିବା ସହ ଉପସ୍ଥିତ ସମସ୍ତ ସଭ୍ୟ ତାଙ୍କର ଅମର ଆତ୍ମାର ସଦ୍‌ଗତି କାମନା କରି ତାଙ୍କ ପରିବାରକୁ ପ୍ରଭୁ ଜଗନ୍ନାଥ ଅସୀମ ଧର୍ଯ୍ୟ ପ୍ରଦାନ କରନ୍ତୁ ବୋଲି ପ୍ରାର୍ଥନା କରିଥିଲେ ।

jayashree
Leave A Reply

Your email address will not be published.