csstore

ରାଜୀବଗାନ୍ଧୀ ପଞ୍ଚାୟତ ସମିତି ମହାବିଦ୍ୟାଳୟରେ ବନ ମହୋତ୍ସବ ପାଳିତ

ତୁରେକେଲା, (କୈଳାସ ସଗ୍ରିଆ) : ବଲାଙ୍ଗିର ଜିଲ୍ଲା ତୁରେକେଲା ବ୍ଲକ ଅନ୍ତର୍ଗତ ରାଜୀବଗାନ୍ଧୀ ପଞ୍ଚାୟତ ସମିତି ମହାବିଦ୍ୟାଳୟ ତୁରେକେଲାରେ ବୁଧବାର ଦିନ ବନ ମହୋତ୍ସବ ପାଳିତ ହୋଇଯାଇଛି ।ଏହି ଅବସରରେ ମୁଖ୍ୟ ଅତିଥି ପୂର୍ବତନ ବିଧାୟକ ଆୟୂବ ଖାଁ, ରାଜ୍ୟ ସଭା ନୋମିନି ଶେଖ୍ ଅନ୍‌ବର୍ ଖାଁ, ସ୍ୱାସ୍ଥ୍ୟ ବିଭାଗ ନୋମିନି ମନୋଜ କୁମାର ଚଣ୍ଡି ଯୋଗଦେଇ ସ୍ୱହସ୍ତରେ ଗୋଟିଏ ଗୋଟିଏ ବୃକ୍ଷ ରୋପଣ କରି ରାଜୀବଗାନ୍ଧୀ ପଞ୍ଚାୟତ ସମିତି ମହାବିଦ୍ୟାଳୟର ଛାତ୍ରଛାତ୍ରୀମାନଙ୍କୁ ମଧ୍ୟ ନିର୍ଦ୍ଦେଶ ଦେଇଥିଲେ ଯେ, ସମସ୍ତ ଛାତ୍ରଛାତ୍ରୀ ଗୋଟିଏ ଗୋଟିଏ ବୃକ୍ଷ ରୋପଣ କରିବାକୁ । ରାଜୀବଗାନ୍ଧୀ ପଞ୍ଚାୟତ ସମିତି ମହାବିଦ୍ୟାଳୟର ଅଧ୍ୟକ୍ଷ ଅଶ୍ୱିନି କୁମାର ମେହେରଙ୍କ ସଭାପତିତ୍ୱରେ ଦିଲିପ ପ୍ରଧାନ ସଭା ପରିଚାଳନା କରି ମହାବିଦ୍ୟାଳୟର ଛାତ୍ରଛାତ୍ରୀମାନଙ୍କୁ ବିଭିନ୍ନ ବୃକ୍ଷ ଗୁଡିକର ଗୁଣ ଓ ସୁରକ୍ଷା ବିଷୟ ନେଇ ଟିକି ନିଖି ଭାବେ ବୁଝାଇ କହିଥିଲେ । ଏଥିରେ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଦେବାଶିଷ ସାମଲ ତୁରେକେଲା ବ୍ଲକ, କଣ୍ଟାବାଞ୍ଜି ବନ ଅଧିକାରୀ ଶ୍ରଦ୍ଧାଦେବ ବଡମାଲି ଓ ବନ ବିଭାଗୀୟ କର୍ମଚାରୀ ବୃନ୍ଦ, ପୋଲିସ ବିଭାଗର କର୍ମଚାରୀ ବୃନ୍ଦ ପ୍ରମୁଖ ଉପସ୍ଥିତ ଥିଲେ ।

jayashree
Leave A Reply

Your email address will not be published.