ନିତ୍ୟ ବ୍ୟବହାର୍ଯ୍ୟ ଖାଦ୍ୟ ସାମଗ୍ରୀ ଓ ପନିପରିବାର ଆକାଶଛୁଆଁ ଦରବୃଦ୍ଧି ନିୟନ୍ତ୍ରଣ କରିବା ଦାବୀରେ ସିପିଆଇଏମ୍‌ର ବିକ୍ଷୋଭ

ରାଉରକେଲା, (ସସ୍ମିତା ପ୍ରଧାନ) : ସିପିଆଇଏମ୍, ରାଉରକେଲା ଆଂଚଳିକ କମିଟି ପକ୍ଷରୁ ନିତ୍ୟ ବ୍ୟବହାର୍ଯ୍ୟ ଖାଦ୍ୟ ସାମଗ୍ରୀ ଯଥା ଖାଇବା ତେଲ, ଡାଲି, ଆଳୁ, ପିଆଜ, ମସଲା ଓ ପନିପରିବାର ଆକାଶଛୁଆଁ ଦରବୃଦ୍ଧି ଯୋଗୁଁ ସାଧାରଣ ଲୋକଙ୍କ ଦୈନଦିନ ଜୀବନ ଦୁର୍ବିସହ ହୋଇପଡ଼ିଛି । କରୋନା ମହାମାରୀ ପରେ ଲୋକଙ୍କ ରୋଜଗାର ବହୁ ଗୁଣରେ ହ୍ରାସ ପାଇଥିବା ବେଳେ ଲକ୍ଷ ଲକ୍ଷ ଯୁବକ ଯୁବତୀ ଚାକିରି ହରାଇ ବେକାର ହୋଇଛନ୍ତି । ଅନ୍ୟପକ୍ଷରେ କେନ୍ଦ୍ର ମୋଦୀ ସରକାରଙ୍କ କର୍ପୋରେଟ ଓ ପୁଂଜିପତି ତୋଷଣକାରୀ ନୀତି ଗ୍ରହଣ କରିବା ଯୋଗୁଁ ପେଟ୍ରୋଲ, ଡ଼ିଜେଲ ଓ ରନ୍ଧନ ଗ୍ୟାସ ସିଲିଣ୍ଡରର ଦର ମଧ୍ୟ ହ୍ରାସ ପାଇବା ନାଁ ନେଉନାହିଁ । ତାଙ୍କ ୯ ବର୍ଷର ଶାସନରେ ରନ୍ଧନ ଗ୍ୟାସ ସିଲିଣ୍ଡର ୪୫୦ ଟଙ୍କାରୁ ୧୨୦୦ ଟଙ୍କାରେ ପହଞ୍ଚିଛି । ପେଟ୍ରୋଲ ଓ ଡିଜେଲ ଦର ୧୦୦ ଟଙ୍କା ତଳକୁ ଖସୁନାହିଁ । ଆମ ରାଜ୍ୟ ଓଡ଼ିଶାର ସର୍ବନିମ୍ନ ମଜୁରୀ ସମଗ୍ର ଦେଶରେ ସବୁଠାରୁ କମ୍ । ଶ୍ରମିକମାନଙ୍କ ସର୍ବନିମ୍ନ ମଜୁରୀ ବୃଦ୍ଧି କରିବା ପାଇଁ ସରକାରଙ୍କ କୌଣସି ଆନ୍ତରିକତା ନାହିଁ ବୋଲି ମତ ପ୍ରକାଶ ପାଇଛି । ସରକାର ତୁରନ୍ତ ଦରଦାମ ନିୟନ୍ତ୍ରଣ କରିବା ସହିତ କଳାବଜାରୀ ରୋକିବାକୁ ସ୍ଥାନୀୟ ପ୍ରଶାସନକୁ ନିର୍ଦ୍ଦେଶ ଦେବାକୁ ପାନପୋଷ ଉପଜିଲ୍ଲାପାଳଙ୍କ ଜରିଆରେ ଏକ ସ୍ମାରକପତ୍ର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ପାର୍ଟି ପକ୍ଷରୁ ପ୍ରଦାନ କରାଯାଇଛି ।

ଆଜିର ବିକ୍ଷୋଭରେ ସିପିଆଇଏମ୍, ରାଉରକେଲା ଆଂଚଳିକ କମିଟି ସଂପାଦକ ରାଜ କିଶୋର ପ୍ରଧାନ ଅଧ୍ୟକ୍ଷତା କରିଥିବା ବେଳେ ପାର୍ଟିର ଜିଲ୍ଲା ସଂପାଦକ ମଣ୍ଡଳୀ ସଦସ୍ୟ ଶ୍ରୀମନ୍ତ ବେହେରା, ବିମାନ ମାଇତି, ସୁରେନ୍ଦ୍ର ଦାଶ, ରାଉରକେଲା ଆଂଚଳିକ କମିଟି ସଂପାଦକ ମଣ୍ଡଳୀ ସଦସ୍ୟ ବସନ୍ତ ନାୟକ, ଅଜୟ ଶର୍ମା, ବିଶ୍ଵଜିତ ମାଝୀ, ଯଯାତି କେଶରୀ ସାହୁ, ଚନ୍ଦ୍ରଭାନୁ ଦାସ, ଆଂଚଳିକ କମିଟି ସଦସ୍ୟ ଲକ୍ଷ୍ମୀଧର ନାୟକ, ସୁରେନ୍ଦ୍ର ମହାନ୍ତି, ଏନ୍‌ଏନ୍ ପାଣିଗ୍ରାହୀ, ଦିବାକର ମହାରଣା, ଅରିନ୍ଦମ ଦତ୍ତ, ଅରୁଣ ମହାରଣା, କବି ପ୍ରଧାନ, ରଘୁନାଥପାଲୀ ଆଂଚଳିକ ସାଂଗଠନିକ କମିଟି ନେତା ଅରୁ ଦାସ, ବିନୟ ବେଉରିଆ ପ୍ରମୁଖ ବକ୍ତବ୍ୟ ପ୍ରଦାନ କରି ଉଭୟ ରାଜ୍ୟ ଓ କେନ୍ଦ୍ର ସରକାର ଦରଦାମ ବୃଦ୍ଧିରୁ ସାଧାରଣ ଲୋକଙ୍କୁ ରକ୍ଷା କରିବା ପାଇଁ ତୁରନ୍ତ ପଦକ୍ଷେପ ନେବାକୁ ଦାବୀ କରିଥିଲେ ନଚେତ ଆଗାମୀ ଦିନରେ ପାର୍ଟି ପକ୍ଷରୁ ବୃହତ୍ତର ଆନ୍ଦୋଳନ କରିବା ପାଇଁ ଚେତାବନୀ ଦେଇଥିଲେ ।

ଏହି ବିକ୍ଷୋଭ କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ସିପିଆଇଏମ୍ ନେତା ବାସୁଦେବ ସାହୁ, ଏନ୍‌କେ ରାଉତରାୟ, ପ୍ରମୋଦ ପରିଡ଼ା, ନିରଞ୍ଜନ ସିଂହ, ଶୁଭେନ୍ଦୁ ମହାନ୍ତି, ତଲତ ଅନସାରୀ, ଉମାକାନ୍ତ ରାୟ, ଜଗବନ୍ଧୁ ରାଉତ, ଜନ୍ମେଜୟ ଘୋଷ, ମନୋଜ ଜେନା, ଜୟନ୍ତୀ ମୋହିନୀ, ଅନିତା ରଜକ, ସିମାଞ୍ଚଳ ମୋହିନୀ, ରିତା ଦେବୀ, ପ୍ରଭାବତୀ ଦେବୀ, ଅନଜୁ ଦେବୀ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ ।

Leave A Reply

Your email address will not be published.