ଜୁନିୟର ରେଡକ୍ରସ ତରଫରୁ ଛାତ୍ରୀଙ୍କୁ ମେଡିକାଲ ଖର୍ଚ୍ଚ ନିମନ୍ତେ ଆର୍ଥିକ ସହାୟତା ପ୍ରଦାନ

ଡୁଙ୍ଗୁରିପାଲି, (କେପିଏନ୍‌ଏସ୍‌) : ମାୟାବର୍ହା ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ପଢୁଥିବା ଜଣେ ଛାତ୍ରୀଙ୍କୁ ଭାରତୀୟ ରେଡକ୍ରସ ତରଫରୁ ମେଡିକାଲ ଖର୍ଚ୍ଚ ନିମନ୍ତେ ଆର୍ଥିକ ସହାୟତା ପ୍ରଦାନ କରାଯାଇଛି । ଉକ୍ତ ସ୍କୁଲର ଅଷ୍ଟମ ଶ୍ରେଣୀରେ ପଢୁଥିବା ଶ୍ୱେତା ଘିବେଲା ନାମକ ଜୈନିକ ଛାତ୍ରୀ ଖେଳ ସମୟରେ ପଡିଯାଇଥିଲେ । ଫଳରେ ତାଙ୍କ ଡାହାଣ ଗୋଡ଼ ଫ୍ୟାକ୍‌ଚର୍‌ ହୋଇଯିବାରୁ ବରଗଡର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସିତ ହେଉଥିଲେ । ଫ୍ୟାକ୍‌ଚର୍‌ ମେନେଜମେଣ୍ଟ ବାବଦରେ ଝିଅଙ୍କ ଅଭିଭାବକଙ୍କ ଉପରେ ଆର୍ଥିକ ବୋଝ ପଡିଥିଲା । ଝିଅଙ୍କ ବାପା ଏ ବିଷୟରେ ଜିଲ୍ଲା ଜୁନିୟର ରେଡକ୍ରସ ଅଫିସର ରବିଚନ୍ଦ୍ର ପଶାୟତଙ୍କୁ ରେଡକ୍ରସ ତରଫରୁ କିଛି ଆର୍ଥିକ ସହାୟତା ଯୋଗାଇ ଦେବାକୁ ଅନୁରୋଧ କରିଥିଲେ । ପରବର୍ତ୍ତୀ ସମୟରେ ସବିଶେଷ ତଥ୍ୟ ସହିତ ଜିଲ୍ଲା ଶିକ୍ଷା ଅଧିକାରୀଙ୍କ ଅନୁମୋଦନ କ୍ରମେ ଏବଂ ରାଜ୍ୟ ଜୁନିୟର ରେଡକ୍ରସ ଅଧିକାରୀ ଲକ୍ଷ୍ମଣ ସ୍ୱାଇଁଙ୍କ ସଂଯୋଜନାରେ ଭାରତୀୟ ରେଡକ୍ରସ ଓଡ଼ିଶା ରାଜ୍ୟ ଶାଖା ୧୦ ହଜାର ଟଙ୍କା ଉକ୍ତ ଛାତ୍ରୀ ଶ୍ୱେତା ଘିବେଲାଙ୍କୁ ପ୍ରଦାନ କରିଛନ୍ତି । ଅତିରିକ୍ତ ଜିଲ୍ଲା ଶିକ୍ଷାଧିକାରୀ ତଥା ଜିଲ୍ଲା ଜୁନିୟର ରେଡକ୍ରସ ସମ୍ପାଦକ ଡ. ରାଧାକାନ୍ତ ଗଡତିଆ, ଏଡିଇଓ ମଞ୍ଜୁଲତା ଭୋଇ, ଭାଇସ ଚେୟାରମ୍ୟାନ ଗତିକୃଷ୍ଣ ମିଶ୍ର ପ୍ରମୁଖ ଶ୍ୱେତାଙ୍କୁ ସୁସ୍ଥ ରହିବାକୁ ଶୁଭେଚ୍ଛା ଜଣାଛନ୍ତି ।

jittmm
Leave A Reply

Your email address will not be published.