ଓଡ଼ିଶା ଷ୍ଟେଟ୍ ବ୍ରିଗେଡ ବିଦ୍ୟାଳୟର ଶ୍ରେଣୀ ଗୃହ କୋଠା ଉଦ୍‌ଘାଟନ

ମ.ରାମପୁର,(ହେମନ୍ତ ସାହୁ ) : କଳାହାଣ୍ଡି ଜିଲ୍ଲା ମ.ରାମପୁର ବ୍ଲକ୍ ଅନ୍ତର୍ଗତ ସିମାନ୍ତବର୍ତ୍ତି ପଞ୍ଚାୟତ ମୋହନଗିରି ଠାରେ ଆଜି ଓଡ଼ିଶା ଷ୍ଟେଟ୍ ବ୍ରିଗେଡ ବିଦ୍ୟାଳୟର ଶ୍ରେଣୀ ଗୃହ କୋଠା ଉଦ୍‌ଘାଟନ ହେଇ ଯାଇଛି । ମେନେଜିଙ୍ଗ ଟ୍ରଷ୍ଟି ବିବତ୍ସି ପୋଢ଼ଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି ଉତ୍ସବରେ ମୁଖ୍ୟ ଅତିଥି ମାନ୍ୟବର ନର୍ଲା ବିଧାୟକ ଭୂପିନ୍ଦର ସିଂ, ମୁଖ୍ୟବକ୍ତା ପୂର୍ବତନ ଡି ଏଲ୍‌ ସି( କଳାହାଣ୍ଡି ଓ ନୂଆପଡା) ଶିବ ପ୍ରସାଦ ବେହେରା, ସମ୍ମାନିତ ଅତିଥି ଜିଲ୍ଲା ପରିଷଦ ସଦସ୍ୟା ମଞ୍ଜୁଲତା ଧରୁଆ ,ମୋହନଗିରି ସରପଞ୍ଚ ସୁରେନ୍ଦ୍ର ଧରୁଆ, ସିଂହପୁର ସରପଞ୍ଚ ଉଛବ ପ୍ରଧାନ , ମୋହନଗିରି ସମିତିସଭ୍ୟ ଗୋକୁଳାନନ୍ଦ ବିଶ୍ଵାଳ ଯୋଗ ଦେଇ ଥିବା ବେଳେ ବିଦ୍ୟାଳୟର ଅଧ୍ୟକ୍ଷ ଦିବାକର ସାହୁ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ। । ଏହି ଅବସରରେ ଅନୁଷ୍ଠିତ ସଭାରେ ଜମି ଦାତା ଶରତ ଚନ୍ଦ୍ର ସାହୁ( ମୋହନଗିରି) ଓ ଝାରୁ ବେହେରା( ଦେଉଳି ଶୁଲିଆ)ଙ୍କୁ ଅତିଥି ମାନଙ୍କ ଦ୍ଵାରା ସମ୍ବର୍ଦ୍ଧିତ କରାଯାଇଥିଲା । ତତକ ସହିତ ଚଳିତ ବର୍ଷ ବୃତ୍ତି ପାଇଥିବା ୪ଜଣ ଓ ଜଣେ ନବୋଦୟ ପରୀକ୍ଷାରେ କୃତିତ୍ୱ ହାସଲ କରିଥିବା ଛାତ୍ରଛାତ୍ରୀଙ୍କୁ ମଧ୍ୟ ଅତିଥି ମାନଙ୍କ ଦ୍ଵାରା ସମ୍ବର୍ଦ୍ଧିତ କରାଯାଇଥିଲା । ଶିକ୍ଷକ ଭରତ ସା ବାର୍ଷିକ ବିବରଣୀ ପଠନ କରିଥିଲେ । ଭକ୍ତ ସଗ୍ରିଆ ମଞ୍ଚ ପରିଚାଳନା କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ସମାଜସେବୀ ଗୋବିନ୍ଦ ଶତପଥୀ, ବିକାଶ ରଞ୍ଜନ ସିଂହ ଦେଓ, ଶୁକଦେବ ସାହୁ ଙ୍କ ସମେତ ମେନେଜିଂ ଟ୍ରଷ୍ଟି ର ସମସ୍ତ ସଦସ୍ୟ ,ସଦସ୍ୟା, ଶିକ୍ଷକ ଶିକ୍ଷୟିତ୍ରୀ ତଥା ଅଭିଭାବକ ମାନେ ଉପସ୍ଥିତ ରହି ଥିଲେ।

Leave A Reply

Your email address will not be published.