csstore

ପୁରୁଣାପାଣିରେ ବନ ମହୋତ୍ସବ ପାଳନ

ଦେଓଗାଁ, (ମନୀଷ କୁମାର ସାହୁ) : ଦେଓଗାଁ ବ୍ଲକ ମକୁନ୍ଦପୁର ପଞ୍ଚାୟତ ପୁରୁଣାପାଣି ସ୍ଥିତ ଶୁଲିଆ କନ୍ଧ ବିଦ୍ୟାପୀଠ ପରିସରରେ ସୋମବାର ଦିନ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ହିର୍ଲୀମାଲର ଛାତ୍ରଛାତ୍ରୀମାନେ ଉପସ୍ଥିତ ଥିଲେ । ଏହି ଅବସରରେ ମୁଖ୍ୟ ଅତିଥି ଭାବେ ଆଟଗାଁ ବନପାଳ ଜେନା ରାଉତ ଯୋଗଦେଇଥିବା ବେଳେ ସମ୍ମାନୀତ ଅତିଥି ଭାବେ ବନରକ୍ଷୀ ସଂଯୁକ୍ତା ସାହୁ, ହିର୍ଲିମାଲ ୟୁ.ପି ସ୍କୁଲର ପ୍ରଧାନ ଶିକ୍ଷକ ନିରୋଜ ତ୍ରିପାଠୀ, ସହିଦ୍‌ ଧରମ ସିଂ ମାଝୀ ମାନଧାତା ସ୍ମୃତି କମିଟି ଆଟଗାଁର ସଭାପତି କାଳିନ୍ଦ୍ର ମାଝୀ, ପୁରୁଣାପାଣି ଶୁଲିଆକନ୍ଧ ବିଦ୍ୟାପୀଠର ପ୍ରଧାନ ଶିକ୍ଷକ କଳା ସାହୁ ଯୋଗ ଦେଇଥିଲେ । ସଂପାଦକ ମୟ ପ୍ରଧାନୀ ମଞ୍ଚ ପରିଚାଳନା କରିଥିବା ବେଳେ ଜୌତିପ୍ରକାଶ ବେହେରା, ବୌଲୋଚନ ପଧାନ, ଦିଲିପ ତ୍ରିପାଠୀ, ପୃଥ୍ୱିରାଜ ବାଗ, ସୁଦର୍ଶନ ପଧାନ ପ୍ରମୁଖ ଉପସ୍ଥିତ ଥିଲେ । ଅତିଥିମାନେ ବୃକ୍ଷ ରୋପଣ ଓ ଜଙ୍ଗଳ ସୁରକ୍ଷା ଉପରେ ମତ ପ୍ରଦାନ କରିଥିଲେ । ରାଜେଶ ପଟେଲ ଧନ୍ୟବାଦ ଅର୍ପଣ କରିଥିଲେ ।

jayashree
Leave A Reply

Your email address will not be published.