ସୁବର୍ଣ୍ଣପୁର, (କେପିଏନ୍ଏସ୍) : ଗତ ତା ୦୪/୦୭/୨୩ ରିଖରେ ୫ଟି ସଚିବ ଭି କେ ପାଣ୍ଡିଆନ ସୁବର୍ଣ୍ଣପୁର ଜିଲ୍ଲା ଗସ୍ତରେ ଆସି ଜିଲ୍ଲାର ବିଭିନ୍ନ ଅଞ୍ଚଳ ସହ ଜିଲ୍ଲାର ଖଲିଆପାଲିକୁ ଗସ୍ତ କରି ଜନସାଧାରଣଙ୍କ ବିଭିନ୍ନ ଅଭିଯୋଗ ଦରଖାସ୍ତ ଗ୍ରହଣ କରିଥିଲେ । ଉକ୍ତ ଦିନ ଖଲିଆପାଲି ନିବାସୀ ପଦ୍ମଲୋଚନ ନାଗ, ପି. ହରି ନାଗ ନିଜର ସ୍ୱାସ୍ଥ୍ୟର ଉଚ୍ଚ ଚିକିତ୍ସା ନିମନ୍ତେ ୫ଟି ସଚିବଙ୍କୁ ସାକ୍ଷାତ ସହ ଦରଖାସ୍ତ ପ୍ରଦାନ କରିଥିଲେ । ଉକ୍ତ ଦରଖାସ୍ତର ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ ପୂର୍ବକ ଶ୍ରୀ ନାଗଙ୍କୁ ମୁଖ୍ୟମନ୍ତ୍ରୀ ରିଲିଫ ଫଣ୍ଡରୁ ତିରିଶ ହଜାର ଆର୍ଥିକ ସହାୟତା ପ୍ରଦାନ କରିବାକୁ ୫ଟି ସଚିବ ଶ୍ରୀ ପାଣ୍ଡିଆନ ଜିଲ୍ଲାପାଳ ସୁବର୍ଣ୍ଣପୁରଙ୍କୁ ନିର୍ଦେଶ ଦେଇଥିଲେ । ଏହି ପରିପ୍ରେକ୍ଷୀରେ ଜିଲ୍ଲା ପ୍ରଶାସନ ତରଫରୁ ଶ୍ରୀ ନାଗଙ୍କୁ ତୁରନ୍ତ ଉପରୋକ୍ତ ଆର୍ଥିକ ସହାୟତା ଅନ୍ଲାଇନ ଯୋଗେ ତାଙ୍କ ପାସ୍ବୁକ୍ରେ ପ୍ରଦାନ କରାଯାଇଛି । ତୁରନ୍ତ ଆର୍ଥିକ ସହାୟତା ପାଇ ଶ୍ରୀ ନାଗ ଓ ତାଙ୍କ ପରିବାର ମୁଖ୍ୟମନ୍ତ୍ରୀ, ୫ଟି ସଚିବ ତଥା ଜିଲ୍ଲା ପ୍ରଶାସନକୁ ଧନ୍ୟବାଦ ଦେବା ସହ ଖୁସି ବ୍ୟକ୍ତ କରିଛନ୍ତି ।