oom

ଡେଲାଙ୍ଗରେ ବନ ମହୋତ୍ସବ ସପ୍ତାହ ପାଳନ

jsmm

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : ଆଜି ହେଉଛି ବନ ମହୋତ୍ସବ ସପ୍ତାହର ଅନ୍ତିମ ଦିବସ । କିନ୍ତୁ ମୌସୁମୀ ଶେଷ ପର୍ଯ୍ୟନ୍ତ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ଜାରି ରହିପାରିବ । ବିଶ୍ଵର ଜଳବାୟୁ ଉଷ୍ଣ ହେବା ସହ ଆନୁସଙ୍ଗିକ ପ୍ରାକୃତିକ ବିପର୍ଯ୍ୟୟ ବଢ଼ି ଚାଲିଛି । ଧରିତ୍ରୀର ସ୍ଥାୟୀ ଭବିଷ୍ୟତ ପାଇଁ ବୃକ୍ଷ ରୋପଣ ତଥା ଜଙ୍ଗଲ ସୁରକ୍ଷା କାର୍ଯ୍ୟକଳାପ ଅତ୍ୟନ୍ତ ଜରୁରୀ ହୋଇପଡ଼ିଛି । ବର୍ତ୍ତମାନ ପରିପ୍ରେକ୍ଷୀରେ ବନ ମହୋତ୍ସବ କେବଳ ରୀତିନୀତି ନୁହେଁ ବରଂ ଏକ ଉତ୍ତମ ପଦକ୍ଷେପ । ଏହି ବନ ମହୋତ୍ସବ ସପ୍ତାହ ପାଳନ ଅବସରରେ “ମେକ୍ ଇନ୍‌ ଇଣ୍ଡିଆ ଆଣ୍ଡ ମିଡ଼ିଆ ପରିବାର” ଓ ଘୋରଡ଼ିଆ ନୋଡାଲ ହାଇସ୍କୁଲ ଇକୋ କ୍ଲବ ମିଳିତ ସହଯୋଗରେ ବିଦ୍ୟାଳୟ ପରିସରରେ ଶୁକ୍ରବାର ବୃକ୍ଷ ରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଉମେଶ ଚନ୍ଦ୍ର ଦାସ ଓ ମିଡ଼ିଆ ପରିବାର ପରିଚାଳନା ନିର୍ଦ୍ଦେଶକ ତଥା ପ୍ରକୃତି ବନ୍ଧୁ ଦିଲ୍ଲୀପ କୁମାର ଧାଉଡ଼ିଆଙ୍କ ତତ୍ୱାବଧାନରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ନଡ଼ିଆ, ବେଲ, ନିମ୍ବ, ପିଜୁଳି, ଆତ ଇତ୍ୟାଦି ଚାରା ବିଦ୍ୟାଳୟ ପରିସରରେ ରୋପଣ କରାଯାଇଥିଲା । ଏହି ମହାନ କାର୍ଯ୍ୟକ୍ରମରେ ବରିଷ୍ଠ ଶିକ୍ଷକ ସୁରେନ୍ଦ୍ର ନାଥ ସେଠି, ଚିତ୍ତରଞ୍ଜନ ରାଉତରାୟ, ଶାରୀରିକ ଶିକ୍ଷକ ସହଦେବ ମଲ୍ଲିକ, ଶିକ୍ଷୟତ୍ରୀ ସୁରଭି ପ୍ରଧାନ, କୁନ୍ତଳା ବିଶ୍ୱାଳ, ଲଷ୍ମୀପ୍ରିୟା ପ୍ରଧାନ, ଶ୍ରଦ୍ଧାଞ୍ଜଳି ଜେନା, ପ୍ରିୟଦର୍ଶିନୀ ମଲ୍ଲିକ, ମମତା ବେହେରା, ଶିକ୍ଷାକର୍ମଚାରୀ ନୀଳାମ୍ବର ନାୟକ, ଅରବିନ୍ଦ ବେହେରା, ସ୍ବେଛାସେବୀ ରବୀନ୍ଦ୍ର କୁମାର ସାହୁ, ଆଲୋକମୟ ହରିଚନ୍ଦନ, ବାବୁରାମ ଦାସ ପ୍ରମୁଖ ସମେତ ଛାତ୍ର ଛାତ୍ରୀ ଶୁଭଲଷ୍ମୀ ବରାଳ, ଲଷ୍ମୀପ୍ରିୟା ମଣ୍ଡଳ, ସ୍ୱୟଂ ପ୍ରଭା ସାହୁ, ଶୁଭଲଷ୍ମୀ ସେଠି, ସ୍ୱପ୍ନାରାଣୀ ନାୟକ, ରାକ୍ଷୀ ବଳିୟାରସିଂହ, ଓମ୍‌ ସୁରୁଜ ରାୟ, ସତ୍ୟଜିତ ନାୟକ, ରାକେଶ ବାରିକ, ବିଶ୍ୱଜିତ ସୁନ୍ଦରାୟ ଉପସ୍ଥିତ ରହି ସହଯୋଗ କରିବା ସହ କାର୍ଯ୍ୟକ୍ରମକୁ ସଫଳ କରିଥିଲେ । ଶେଷରେ ପ୍ରଧାନ ଶିକ୍ଷକ ଉମେଶ ଚନ୍ଦ୍ର ଦାସ କାର୍ଯ୍ୟକ୍ରମର ସଫଳତା ପାଇଁ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ।

jittmm
Leave A Reply

Your email address will not be published.