jayashree

ବରିକେଲ ସରକାରୀ ଉଚ୍ଚ ବିଦ୍ୟାଳୟରେ ବନ ମହୋତ୍ସବ ପାଳିତ

ପଦ୍ମପୁର, (ନିରୋଜ କୁମାର ପାଣୀ) : “ବର୍ତ୍ତମାନ ସାରା ବିଶ୍ୱ ଅନେକ ପ୍ରାକୃତିକ ବିପର୍ଯ୍ୟୟର ସମ୍ମୁଖୀନ ହେଉଛି । ସେ ସବୁ ବିପର୍ଯ୍ୟୟର ପ୍ରଭାବ ଆମ ଭାରତ ପରି ବିକାଶଶୀଳ ରାଷ୍ଟ୍ର ଉପରେ ଅଧିକ । ତେଣୁ ବିକାଶ ଓ ପ୍ରକୃତି ମଧ୍ୟରେ ସୁସମନ୍ୱୟ ରକ୍ଷା କରିବା ପାଇଁ ବୃକ୍ଷ ରୋପଣ ହିଁ ଉଚିତ୍ ମାର୍ଗ । ଛାତ୍ରଛାତ୍ରୀମାନେ ଆଗାମୀ ଦିନର ଦାୟିତ୍ଵ ଗ୍ରହଣ କରିବାକୁ ପ୍ରସ୍ତୁତ ରହି ଆଜି ଠାରୁ ହିଁ ବୃକ୍ଷ ରୋପଣ ଓ ତାର ଯତ୍ନ ନିଅନ୍ତୁ । ତାହାହିଁ ଆସନ୍ତା କାଲିର ଭବିଷ୍ୟତକୁ ସୁନ୍ଦର କରି ପାରିବ‌ ।” ପଦ୍ମପୁର ଉପଖଣ୍ଡ ବରିକେଲ ସରକାରୀ ଉଚ୍ଚ ବିଦ୍ୟାଳୟର ସଭାଗୃହରେ ଏଭଳି ମତଦେଇ ସମସ୍ତ ଅତିଥିମାନେ ସମସ୍ତ ଛାତ୍ରଛାତ୍ରୀମାନଙ୍କୁ ତାଙ୍କ ସାମାଜିକ ଦାୟିତ୍ଵ ନିର୍ବାହ କରିବା ପାଇଁ ଉପଦେଶ ଦେଇଥିଲେ । ତାଲୁକସ୍ତରୀୟ ଆଇନ ସେବା କମିଟି ଓ ଜଙ୍ଗଲ ବିଭାଗ ପକ୍ଷରୁ ବିଦ୍ୟାଳୟରେ ବନ ମହୋତ୍ସବ ପାଇଁ ସବୁ ପ୍ରକାର ବ୍ୟବସ୍ଥା କରାଯାଇଥିଲା । ସଭା ପରେ ଅତିଥିମାନେ ବିଦ୍ୟାଳୟ ପରିସରରେ ବୃକ୍ଷ ରୋପଣ କରିଥିଲେ । ତା’ପରେ ସମସ୍ତ ଛାତ୍ରଛାତ୍ରୀମାନଙ୍କୁ ଚାରା ବଣ୍ଟନ କରାଯାଇଥିଲା । କାର୍ଯ୍ୟକ୍ରମରେ ସ୍କୁଲ କମିଟି, ପ୍ରକୃତି ବନ୍ଧୁ ମୀନକେତନ ସାହୁ ଓ ସମାଜସେବୀ ନିରୋଜ ଦୋରା ବିଶେଷ ଭାବରେ ସାହାଯ୍ୟ କରିଥିଲେ ।

Leave A Reply

Your email address will not be published.