ରେଳ ଧାରଣାରୁ ମୃତଦେହ ଉଦ୍ଧାର

ଓଡ଼ାପଡ଼ା : ଢେଙ୍କାନାଳ ଜିଲ୍ଲା ହିନ୍ଦୋଳ ରୋଡ ରେଳ ଷ୍ଟେସନ ମଧ୍ୟରେ ଥିବା ରେଳ ଧାରଣାରେ କଟି ଜଣଙ୍କର ମୃତ୍ୟୁ ହୋଇଥିବା ଜଣାପଡିଛି । । ବ୍ୟକ୍ତି ଜଣଙ୍କର ମୁଣ୍ଡରୁ ଗଣ୍ଡି ଅଲଗା ହୋଇ ପଡିଥିବା ଦେଖିବାକୁ ମିଳିଛି । ମୃତକଙ୍କର ପରିଚୟ ମିଳିପାରି ନାହିଁ । ଘଟଣା ସ୍ଥଳରେ ରେଳବାଇ ପୁଲିସ ପହଞ୍ଚି ନଥିବା ଜଣାପଡ଼ିଛି । ତଦନ୍ତ ପରେ ପ୍ରକୃତ ଘଟଣା ଜଣାପଡିବ ବୋଲି ସାଧାରଣରେ ଆଲୋଚନା ହେଉଛି ।

Leave A Reply

Your email address will not be published.