ପଙ୍କ ଭର୍ତ୍ତି ଗାଁ ଦଣ୍ଡରୁ ଅତିଷ୍ଟ ଫାସଡ଼ ଗ୍ରାମବାସୀ : ଦାବୀ ପୂରଣ ନ ହେଲେ ଆନ୍ଦୋଳନ ଚେତାବନୀ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ପୁଇଁତଲା ବ୍ଲକ ସକମା ପଂଚାୟତ ଅନ୍ତର୍ଗତ ଫାସଡ଼ ଗ୍ରାମରେ ଥିବା ଗାଁ ଦାଣ୍ଡ ବର୍ଷ ତମାମ ପଙ୍କ ଭର୍ତ୍ତି ରହୁଛି । ଫଳରେ ଗ୍ରାମବାସୀ ଯାତାୟତରେ ଘୋର ଅସୁବିଧାର ସମ୍ମୁଖୀନ ହେଉଥିବା ବେଳେ ଏହି ନାଳ ପାଣି ଓ ପଙ୍କରୁ ମ୍ୟାଲେରିଆ, ଡେଙ୍ଗୁ ଓ ଅନ୍ୟାନ୍ୟ ଦୂରାରୋଗ୍ୟର ଶିକାର ହେବାର ଯଥେଷ୍ଟ ଭୟ ରହୁଥିବା ଗ୍ରାମବାସୀ ଆଶଙ୍କା ପ୍ରକାଶ କରିଛନ୍ତି । କିଛି ଗ୍ରାମବାସୀ ଜଳ ଜନିତ ବିଭିନ୍ନ ରୋଗରେ ଆକ୍ରାନ୍ତ ହୋଇ ଧନ ଜୀବନ ହରାଇବାର ନଜିର ମଧ୍ୟ ରହିଛି । ବିଶେଷ କରି ବସ୍ତି ଶେଷ ଆଡ଼କୁ ଲୋକେ ରାସ୍ତାର ନାହିଁ ନଥିବା ଅସୁବିଧା ଭୋଗ କରୁଛନ୍ତି । ଏସବୁ ଅସୁବିଧାରୁ ଗ୍ରାମବାସୀ ଅତିଷ୍ଟ ହୋଇ ସାରିଛନ୍ତି । ଏହାକୁ ନେଇ ସ୍ଥାନୀୟ ପ୍ରଶାସନଙ୍କୁ ଯେତେ କହିଲେ ମଧ୍ୟ କେହି କିଛି ଶୁଣୁ ନଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି । ଯଦି ଆଗାମୀ ଦିନରେ ସମସ୍ୟାର ତୁରନ୍ତ ସମାଧାନ କରାନଯାଏ, ବର୍ଷାରେ ଗ୍ରାମର ଅବସ୍ଥା ଆହୁରି ସାଙ୍ଘାତିକ ହେବ ଓ ଗ୍ରାମବାସୀ ବାଧ୍ୟ ହୋଇ ଆନ୍ଦୋଳନକୁ ଓହ୍ଲାଇ ବ୍ଲକ ଘେରିବାକୁ ବାଧ୍ୟ ହେବେ ବୋଲି ଚେତାବନୀ ଦେଇଛନ୍ତି ।

Leave A Reply

Your email address will not be published.