ମହାରାଷ୍ଟ୍ର ରାଜନୀତି : ବୈଠକ ପୂର୍ବରୁ ଅଜିତ ପାୱାରଙ୍କୁ ବଡ ଝଟ୍‌କା, ୪ ଜଣ ବିଧାୟକ ଏବଂ ଜଣେ ସାଂସଦ ଶରଦ ପାୱାରଙ୍କୁ ସମର୍ଥନ କରିବାକୁ ଆସିଲେ

ମୁମ୍ବାଇ : ମହାରାଷ୍ଟ୍ର ରାଜନୀତିରେ ଗୋଳିଆ ଘଂଟା ମଧ୍ୟରେ ଆଜି ଏକ ଗୁରୁତ୍ୱପୂର୍ଣ୍ଣ ଦିନ, କାରଣ ଆଜି ଶରଦ ପାୱାର ଏବଂ ଅଜିତ ପାୱାର ସେମାନଙ୍କ ସମର୍ଥକଙ୍କ ବୈଠକ ଡାକିଛନ୍ତି । ଏହି ବୈଠକରୁ ସ୍ପଷ୍ଟ ହେବ ଯେ, କାହାର କେତେ ଶକ୍ତି ଅଛି । ତେବେ ଏହି ବୈଠକ ପୂର୍ବରୁ ଅଜିତ ପାୱାର ଏକ ବଡ଼ ଝଟ୍‌କାର ସମ୍ମୁଖୀନ ହୋଇଛନ୍ତି । ଅଜିତ ପାୱାରଙ୍କ ଶପଥ ଗ୍ରହଣ ସମାରୋହରେ ଯୋଗ ଦେଇଥିବା ବିଧାୟକ ଶରଦ ପାୱାରଙ୍କୁ ସମର୍ଥନ କରିଛନ୍ତି । ଆକୋଲେ ବିଧାନସଭା ଆସନରୁ ଏନସିପି ବିଧାୟକ କିରଣ ଲହାମଟେ ୱାଇବି ସେଟର୍ ଏନସିପି କାର୍ୟ୍ୟାଳୟରେ ପହଞ୍ଚି ଶରଦ ଯାଦବଙ୍କୁ ସମର୍ଥନ ଜଣାଇଇଥିଲେ । କିରଣ ଲହାମଟେଙ୍କ ବ୍ୟତୀତ ରୋହିତ ପାୱାର, ଦେବେନ୍ଦ୍ର ଭୁୟାର ଏବଂ ଅଶୋକ ପାୱାର ମଧ୍ୟ ଶରଦ ପାୱାରଙ୍କୁ ସମର୍ଥନ କରିବାକୁ ଆସିଛନ୍ତି । ଏହା ବ୍ୟତୀତ ଏନସିପି ସାଂସଦ ଆମୋଲ କୋଲହେ ମଧ୍ୟ ଶରଦ ଯାଦବଙ୍କୁ ସମର୍ଥନ କରିବାକୁ ନିଷ୍ପତ୍ତି ନେଇଛନ୍ତି ।

Leave A Reply

Your email address will not be published.