କଂଟାବାଂଜି ବନ ବିଭାଗ ଦ୍ୱାରା ୭୪ତମ ବନ ମହୋତ୍ସବ ପାଳିତ

କଂଟାବାଂଜି, (ଗୁରୁଦୟାଲ ହଂସ) : ବଲାଙ୍ଗିର ଜିଲ୍ଲା କଂଟାବାଂଜି ଫରେଷ୍ଟ ରେଂଜ ଦ୍ୱାରା ୭୪ତମ ବନ ମହୋତ୍ସବର ୪ର୍ଥ ଦିବସ ମଂଗଲବାର ଦିନ ପାଳିତ ହୋଇଯାଇଛି । ଏହା ତୁରେକେଲା ସ୍ଥିତ ରାଜୁ ରିଜର୍ଭ ଫରେଷ୍ଟ ଅନ୍ତର୍ଗତ ଗୁଂଚିଯୋର ଠାରେ ଅନୁଷ୍ଠିତ ହୋଇଥିଲା । ଏହି ଅବସରରେ ତୁରେକେଲା ଅଂଚଳ ଏସିଆ ମହାଦେଶରେ ଶାଗୁଆନ ଜଂଗଲ ପାଇଁ ବେଶ ପରିଚିତ । ଅଂଚଳର ଜନସାଧାରଣଙ୍କ ସଚେତନତାର ଅଭାବ ଯୋଗୁଁ ଧିରେ ଧିରେ ଲୋପ ପାଇବାରେ ଲାଗିଛି । ତାର ରକ୍ଷଣା ବେକ୍ଷଣା ସହିତ ଜଂଗଲ ଜମିରେ ରହୁଥିବା ଅଧିବାସୀ ଓ ବନ କର୍ମଚାରୀ ଉଭୟେ ସମନ୍ୱୟ ରକ୍ଷା କରି ଜଂଗଲକୁ ପୁନର୍ବାର ବନୀକରଣ କଲେ ପୂର୍ବ ଭଳି ଜଂଗଲ ସୃଷ୍ଟି କରାଯାଇ ପାରିବ ବୋଲି ବକ୍ତାମାନେ କହିଥିଲେ । ଏପରିକି ପ୍ରତ୍ୟେକ ବ୍ୟକ୍ତି ଗୋଟିଏ ଲେଖାଏଁ ଗଛ ଲଗାଇ ରକ୍ଷଣା ବେକ୍ଷଣା କଲେ ଜଂଗଲ, ଜଳ ଓ ଜମି ପୁନର୍ବାର ପୂର୍ବ ଭଳି ସୃଷ୍ଟି ହୋଇପାରିବ । ଜଂଗଲରେ ବିଭିନ୍ନ ପ୍ରକାର ଔଷଧୀୟ ବୃକ୍ଷ ମଧ୍ୟରେ ହରିଡା, ବାହାଡା, ଅଁଳା ଲଗାଗଲେ ଔଷଧୀୟ ଦ୍ରବ୍ୟ ଉତ୍ପାଦନ ହେଲେ ବନ ବିଭାଗକୁ ଦେଇ ସ୍ୱଂୟ ସହାୟକ ଗୋଷ୍ଠୀ ନିିିିିିିିିିିିିିିିିିଜର ରୋଜଗାର କରିପାରିବେ ବୋଲି ମତ ପ୍ରକାଶ ପାଇଥିଲା । ଏହି ଅବସରରେ ଗୁଂଚିଯୋର ନିକଟରେ ଥିବା ୧୫ ହେକ୍ଟର ଜମିରେ ବିଭିନ୍ନ ପ୍ରକାର ଚାରା ବନିକରଣ କରାଯାଇଛି । ଏହି ସଭାରେ ମୁଖ୍ୟ ଅତିôଥ ଭାବେ ତୁରେକେଲା ବ୍ଲକ ବିଡିଓ ଦେବାଶିସ ସାମଲ, ଆଦିବାସୀଙ୍କ ଜଂଗଲ ଜମି ଅଧିକାର ଏସଡିଏଲସି ସଭ୍ୟ ତଥା ଚାଉଲସୁଖା ସମିତି ସଭ୍ୟ ଗିରିରାଜ ମାଝି, ଝରଣୀ ପଂଚାୟତ ପୂର୍ବତନ ସରପଂଚ ଆଶାଦୁଲ୍ଲା ଖାନ ସମ୍ମାନିତ ଅତିôଥ ଭାବେ ଯୋଗଦାନ କରିଥିବା ବେଳେ କଂଟାବାଂଜି ରେଂଜ ଅଧିକାରୀ ଶ୍ରଦ୍ଧାଦେବ ବଡମାଲି ମଧ୍ୟ ମଂଚାସୀନ ଥିଲେ । ଏହି ବନ ମହୋତ୍ସବ ସଭାରେ ପ୍ରକୃତି ମିତ୍ର, ଶିକ୍ଷାବିଦ୍‌ ତଥା ବିଶିଷ୍ଟ ପରିବେଶବିଦ୍‌ ବିରଂଚି ନାରୟଣ ଦାଶ ମଂଚ ପରିଚାଳନା କରିଥିଲେ । ଏହି ସଭାରେ କଂଟାବାଂଜି ରେଂଜର ମହୁଲପାଟି ଫରେଷ୍ଟର ନୃପମଣି ମହାନନ୍ଦ, ତୁରେକେଲା ଫରେଷ୍ଟର ଖିରୋଦ୍ର ମାଝି, ଢୋଲମାନ୍ଦଲ ଫରେଷ୍ଟର ସୁଆର ତଥା ସମସ୍ତ ପାରା ପ୍ରୋଟେକ୍ସନ ଫୋର୍ସ, ବନ କର୍ମଚାରୀ ସହ ଗୁଂଚିଯୋରର ସମସ୍ତ ଗ୍ରାମବାସୀ ଉପସ୍ଥିିିିିିିିିିିିିିିିିିିତ ରହି ଚାରା ରୋପଣ କରିଥିଲେ ।

Leave A Reply

Your email address will not be published.